ଓଡିଶା

odisha

ETV Bharat / state

ଗାନ୍ଧୀ ଜୟନ୍ତୀ; ଅଭିନବ ଢଙ୍ଗରେ ପୁରୀ ବ୍ଲୁ ଫ୍ଲାଗ ବିଚକୁ ବିରୋଧ - ପୁରୀ ବ୍ଲୁ ଫ୍ଲାଗ ବିଚକୁ ବିରୋଧ

ପୁରୀ ବ୍ଲୁ ଫ୍ଲାଗ ବିଚ’କୁ ନେଇ ପ୍ରଶାସନ ବିରୋଧରେ ତେଜିବାରେ ଲାଗିଛି । ଆଜି ଗାନ୍ଧି ଜୟନ୍ତୀ ଅବସରରେ ବ୍ଲୁ ଫ୍ଲାଗ ବିଚକୁ ବିରୋଧ କରି ଏକ ନିଆରା ପ୍ରଦର୍ଶନ କରିଛନ୍ତି ପୁରୀ ଚକ୍ର ତୀର୍ଥ ବ୍ୟବସାୟୀ ବେଳାଭୂମି ମହାସଙ୍ଘ । ଅଧିକ ପଢନ୍ତୁ...

Puri Blue Flag Beach
Puri Blue Flag Beach

By

Published : Oct 2, 2021, 10:16 PM IST

ପୁରୀ: ପୁରୀ ବ୍ଲୁ ଫ୍ଲାଗ ବିଚ’କୁ ନେଇ ପ୍ରଶାସନ ବିରୋଧରେ ତେଜିବାରେ ଲାଗିଛି । ଆଜି ଗାନ୍ଧି ଜୟନ୍ତୀ ଅବସରରେ ବ୍ଲୁ ଫ୍ଲାଗ ବିଚକୁ ବିରୋଧ କରି ଏକ ନିଆରା ପ୍ରଦର୍ଶନ କରିଛନ୍ତି ପୁରୀ ଚକ୍ର ତୀର୍ଥ ବ୍ୟବସାୟୀ ବେଳାଭୂମି ମହାସଙ୍ଘ ।

ଗାନ୍ଧି ଜୟନ୍ତୀ ଅବସରରେ ବେଳାଭୂମିର ସମସ୍ତ ବ୍ୟବସାୟୀ ବେଳାଭୂମିକୁ ସଫେଇ କରିବା ସହ ବେଳାଭୂମିକୁ ବ୍ୟବସାୟୀ ମାନେ ସଫା ସୁତୁରା ରଖି ପାରିବେ ତାହାର ସନ୍ଦେଶ ପ୍ରଶାସନକୁ ଦେଇଛି ସଂଘ । ଏଣୁ ସ୍ବଚ୍ଛ ବେଳାଭୂମି ନାଁ ରେ ବ୍ଲୁ ଫ୍ଲାଗ ବିଚ କରି ପ୍ରଶାସନ ଯେଉଁ ବ୍ୟବସାୟ ଲକ୍ଷ୍ୟ ରଖିଛି ସେଥିରୁ ପ୍ରଶାସନ କ୍ଷାନ୍ତ ହେବାକୁ ଚକ୍ର ତୀର୍ଥ ବ୍ୟବସାୟୀ ବେଳାଭୂମି ମହାସଙ୍ଘ ଚେତାବନୀ ଦେଇଛି ।

ପୁରୀ ବ୍ଲୁ ଫ୍ଲାଗ ବିଚକୁ ବଢୁଛି ବିରୋଧ; ଗାନ୍ଧୀ ଜୟନ୍ତୀରେ ପୁଣି ଅଭିନବ ଢଙ୍ଗରେ ବିରୋଧ

ଚକ୍ର ତୀର୍ଥ ବ୍ୟବସାୟୀ ବେଳାଭୂମି ମହାସଙ୍ଘ ପୁରୀର ଅଭିଯୋଗ ହେଲା ବେଳାଭୂମିରେ ପ୍ରଶାସନ ଏକାଧିକ ବ୍ଲୁଫ୍ଲାଗ ବିଚ କରି ସେଠାରେ କୌଣସି ଉଠା ଦୋକାନୀକୁ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଫଳରେ ବେଳାଭୂମିରେ ବେପାର କରି ରୋଜଗାର କରୁଥିବା କ୍ଷୁଦ୍ର ବ୍ୟବସାୟୀ ଏବେ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଥିବା ବେଳେ ବ୍ଲୁ ଫ୍ଲାଗ ବିଚକୁ ବିରୋଧ କରୁଛନ୍ତି।

ଆଜି (ଶନିବାର) ପୁରୀ ବେଳାଭୂମି ସୁରକ୍ଷା ସମିତି ଆନୁକୂଲ୍ୟରେ ଚକ୍ର ତୀର୍ଥ ବେଳାଭୂମି ବ୍ୟବସାୟୀ ମହସଂଘ ପକ୍ଷରୁ ପବିତ୍ର ଗାନ୍ଧି ଜୟନ୍ତୀ ଅବସରରେ ପୁରୀ ବେଳାଭୂମି ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଏହା ସହ ବେଳାଭୃମିରେ ବୃକ୍ଷ ରୋପଣ କରାଯିବା ସହ ଗରୀବ କ୍ଷୁଦ୍ର ବ୍ୟବସାୟୀ ମାନେ ନିଜ ଖର୍ଚ୍ଚରେ ସମୁଦ୍ର କୂଳରେ ଏକ ମଧୁର ପାଣି ବାହାରୁଥିବା ଏକ ଟ୍ୟୁବୱେଲ ପର୍ଯ୍ୟଟକ ମାନଙ୍କ ସୁବିଧା ନିମନ୍ତେ ଲୋକାର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ବେଳାଭୂମି ବ୍ୟବସାୟୀ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଫଟୋଗ୍ରାଫର, ଲାଇଫଗାର୍ଡ, ମତ୍ସ୍ୟଜୀବୀ, ଓଟୋ ଘୋଡାବାଲା, ମୁକ୍ତାସଂଘ, ଶଙ୍ଖ ମାଳି, ଚୁଡିବାଲା, ଝାଲମୁଢିବାଲା, ମାଲିସବାଲା, ଚକ ଫି ବାଲା ଓ ଅନ୍ୟାନ୍ୟ କ୍ଷୁଦ୍ର ବ୍ୟବସାୟୀ ମାନେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ଆଇନିଜୀବୀ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ, ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details