ଓଡିଶା

odisha

ETV Bharat / state

ପୁରୀରୁ ବସ ଧର୍ମଘଟ ପ୍ରତ୍ୟାହାର

ନୀଳଗିରି ବସ କର୍ମଚାରୀ ସଂଘ ପକ୍ଷରୁ ପୁରୀରେ ଦିଆଯାଇଥିବା ବସ ବନ୍ଦ ଡାକରାକୁ ସ୍ଥଗିତ ରଖାଯାଇଛି । ଆରଟିଓ, ଆଡ଼ସିନାଲ ଏସପିଙ୍କ ସହିତ ଆଲୋଚନା ପରେ ବସ ଧର୍ମଘଟ ପ୍ରତ୍ୟାହାର ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : Feb 4, 2020, 3:20 PM IST

ପୁରୀରୁ ବସ ଧର୍ମଘଟ ପ୍ରତ୍ୟାହାର
ପୁରୀରୁ ବସ ଧର୍ମଘଟ ପ୍ରତ୍ୟାହାର

ପୁରୀ: ଜିଲ୍ଲା ନୀଳଗିରି ବସ କର୍ମଚାରୀ ସଂଘ ପକ୍ଷରୁ ପୁରୀରୁ ବସ ବନ୍ଦ ଡାକରା ସ୍ଥଗିତ ରଖାଯାଇଛି । ଆରଟିଓ, ଆଡ଼ସିନାଲ ଏସପିଙ୍କ ସହିତ ଆଲୋଚନା ପରେ ବସ ଧର୍ମଘଟ ପ୍ରତ୍ୟାହାର ହୋଇଛି । ଫଳରେ ପୁରୀରୁ ବସ ଚଳାଚଳ ସ୍ବାଭାବିକ ହୋଇଛି । ସମସ୍ତ ଦାବି ପୂରଣ ନେଇ ଜିଲା ପ୍ରଶାସନ ଓ ପୋଲିସ ପକ୍ଷରୁ ପ୍ରତିଶୃତି ପରେ ବସ ଧର୍ମଘଟ ପ୍ରତ୍ୟାହାର ହୋଇଛି ।

ପୁରୀରୁ ବସ ଧର୍ମଘଟ ପ୍ରତ୍ୟାହାର

ସୂଚନା ଥାଉକି, ଗତ ଜାନୁଆରୀ 30 ତାରିଖରେ କୋଣାର୍କ ଚନ୍ଦ୍ରଭାଗାରେ ଏକ ଯାତ୍ରୀବାହୀ ବସ ଓ ଏକ ଟୁରିଷ୍ଟ ବସ ଦୁର୍ଘଟଣା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଟୁରିଷ୍ଟ ବସର କିଛି ଯାତ୍ରୀ ସଂଘବଦ୍ଧ ଭାବେ ଯାତ୍ରୀବାହି ବସର ଡ୍ରାଇଭର ଅର୍ଜୁନ ମହାକୁଡ଼ଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଅଭିଯୁକ୍ତଙ୍କୁ ଗିରଫ ପରିବର୍ତ୍ତେ ପୋଲିସ ଛାଡି ଦେବା ପ୍ରତିବାଦରେ ପୁରୀର ନୀଳଗିରି ବସ କର୍ମଚାରୀ ସଂଘ ଧର୍ମଘଟ ଡାକରା ଦେଇଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details