ପୁରୀ: ଭାରତୀୟ ମେଡିକାଲ ଆସୋସିଏସନ(ଆଇଏମଏ)ର ପୁରୀ ଶାଖା ପକ୍ଷରୁ ରିଲେ ହଙ୍ଗର ଷ୍ଟ୍ରାଇକ ଅନୁଷ୍ଠିତ ହୋଇଛି । ଆୟୁର୍ବେଦ ଡ଼କ୍ଟରମାନେ 58 ଟି ମଡ଼ନ ଅପରେସନ ରୋଗୀମାନଙ୍କର ଶରୀରରେ କରିପାରିବେ ବୋଲି କେନ୍ଦ୍ର ସରକାର ନୂଆ ନିୟମ ପ୍ରଣୟନ କରିଛନ୍ତି।
ଏହି ନିଷ୍ପତ୍ତି ପ୍ରତିବାଦରେ ଏହି ଅନଶନ ଆରମ୍ଭ ହୋଇଛି। ସଙ୍ଘର ଅଭିଯୋଗ ରହିଛି ଯେ, ଆୟୁର୍ବେଦ ଡାକ୍ତରଙ୍କୁ ଯଦି ସର୍ଜରୀ , ଅସ୍ଥିଶଲ୍ୟ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଆଖି, ନାକ ଓ କାନ ଉପରେ କିଛି ଶିକ୍ଷା ନଥାଇ ସର୍ଜରୀ କରିବାକୁ ଅନୁମତି ଦିଆଯିବା ରୋଗୀଙ୍କୁ ଅଶେଷ କ୍ଷତି ପହଞ୍ଚାଇବା ସହ ସ୍ବାସ୍ଥ୍ୟକ୍ଷେତ୍ର ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ପଡିବ ।