ଓଡିଶା

odisha

ETV Bharat / state

ପୁରୀ ବ୍ଲୁ ଫ୍ଲାଗ ବିଚ ପାଇଁ ପ୍ରସ୍ତୁତି ଜୋରଦାର - Puri blue flag beach

ଏବେ ପୁରୀ ବେଳାଭୂମିରେ ଚାଲିଛି ବ୍ସ୍ବଲୁ ଫ୍ଲାଗ ବିଚ୍ କାର୍ଯ୍ୟ । ବେଳାଭୂମିକୁ ନେଇ ଯେଭଳି ପୁରୀ ପର୍ଯ୍ୟଟକଙ୍କ ଆକର୍ଷଣରେ କେନ୍ଦ୍ରବିନ୍ଦୁ ପାଲଟିଛି ସେହି ଅନୁସାରେ ବ୍ଲୁ ଫ୍ଲାଗ ବିଚ୍ ଚାଲିଥିବା ବେଳାଭୂମି ବେଶ ସୁନ୍ଦର ହୋଇଛି । ଏଠାରେ ଅଧିକ ସୁବିଧା ରହିଥିବାରୁ ଏହା ପର୍ଯ୍ୟଟକଙ୍କୁ ଆହୁରି ଆକର୍ଷିତ କରିବ ବୋଲି ଆଶା କରାଯାଉଛି ।

Puri blue flag beach
ଜୋରସୋରରେ ଚାଲିଛି ପୁରୀ ବ୍ଲୁ ଫ୍ଲାଗ ବିଚ କାର୍ଯ୍ୟ

By

Published : Dec 26, 2019, 6:37 AM IST

ପୁରୀ: ବେଳାଭୂମିରେ 90 ପ୍ରତିଶତ ସରିଲାଣି ବ୍ଲୁ ଫ୍ଲାଗ ବିଚ୍ କାର୍ଯ୍ୟ । ନୂଆବର୍ଷରେ ପର୍ଯ୍ୟଟକଙ୍କୁ ଏହାକୁ ଭେଟି ଦିଆଯିବ । ଦେଶରେ ୧୩ଟି ବିଚ୍ ମଧ୍ୟରୁ ପୁରୀ ବିଚ୍ ଚତୁର୍ଥ ସ୍ଥାନରେ ରହିଛି । ୩୩ଟି ପାରାମିଟର ପୂରଣ କଲେ ପୁରୀ ବିଚ୍ ଡେନମାର୍କର ସଂସ୍ଥା ଫି ପକ୍ଷରୁ ମିଳିବ ବ୍ଲୁ ଫ୍ଲାଗର ମାନ୍ୟତା । ଏପ୍ରିଲ ମାସରେ ଡେନମାର୍କ ଫି ସଂସ୍ଥାର କର୍ମକର୍ତ୍ତା ପୁରୀ ଆସି ଅନୁଧ୍ୟାନ କରି ତଦାରଖ କରିବା ପରେ ମାନ୍ୟତା ମିଳିବ।

ସ୍ବର୍ଣ୍ଣ ବେଳାଭୂମିକୁ ନେଇ ଯେଭଳି ପୁରୀ ପର୍ଯ୍ୟଟକଙ୍କ ଆକର୍ଷଣରେ କେନ୍ଦ୍ରବିନ୍ଦୁ ପାଲଟିଛି ସେହି ଅନୁସାରେ ବ୍ଲୁ ଫ୍ଲାଗ ବିଚ୍ ଚାଲିଥିବା ବେଳାଭୂମି ବେଶ ସୁନ୍ଦର ହୋଇଛି । ପର୍ଯ୍ୟଟକଙ୍କ ପାଇଁ ଅନେକ ସୁବିଧା ରହିଥିବାରୁ ଏହା ପର୍ଯ୍ୟଟକଙ୍କୁ ଆହୁରି ଆକର୍ଷିତ କରିବ ବୋଲି ଆଶା କରାଯାଉଛି।

ଜୋରସୋରରେ ଚାଲିଛି ପୁରୀ ବ୍ଲୁ ଫ୍ଲାଗ ବିଚ କାର୍ଯ୍ୟ

ପୁରୀ ପାନ୍ଥନିବାସ ବେଳାଭୂମି ପଛପଟେ ଚାଲିଛି ବ୍ଲୁ ଫ୍ଲାଗ ବିଚ୍ର କାର୍ଯ୍ୟ । ସମୁଦ୍ର ବେଳାଭୂମିରେ କରାଯାଇଛି ଇକୋ ଫ୍ରେଣ୍ଡଲି ବ୍ୟବସ୍ଥା । ମହିଳା ଓ ପୁରୁଷଙ୍କ ପାଇଁ ବାଉଁଶରେ ତିଆରି ହୋଇଛି ଶୌଚାଳୟ ଓ ସମୁଦ୍ର ସ୍ନାନ ପରେ ଚେଜିଂ ରୁମ । କୁନି କୁନି ପିଲାଙ୍କ ଖେଳିବା ପାଇଁ ରହିଛି ଅନେକ ବ୍ୟବସ୍ଥା । ଫିଟନେସ ପାଇଁ ରହିଛି ଜିମ ଆଇଟମ । ପାନୀୟ ଜଳ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକ ବେଳାଭୂମିର ମଜା ନେବା ପାଇଁ ରହିଛି ବାଉଁଶର ଚେୟାର । ସମୁଦ୍ରର ନୀଳ ଜଳ ରାଶିର ଦୃଶ୍ୟ ଉପଭୋଗ କରିବା ପାଇଁ କରାଯାଇଛି ବାମ୍ବୁ ଟାୱାର । ସମ୍ପୂର୍ଣ୍ଣ ଅଞ୍ଚଳକୁ ସୁରକ୍ଷା ଜୋନରେ ରଖିବା ପାଇଁ କରାଯାଇଛି ସିସିଟିଭି ସର୍ଭେଲାନ୍ସ । ବିଶ୍ବସ୍ତରରେ ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ସ୍ଥାନିତ କରାଯିବା ପାଇଁ ଏହା ହେଉଛି ସ୍ବତନ୍ତ୍ର ପ୍ରୟାସ ।

ପୁରୀ ବେଳାଭୂମିର ରାଜଭବନ ପଛପଟେ ଚାଲିଛି ବ୍ଲୁ ଫ୍ଲାଗ ବିଚ୍ ପ୍ରୋଜେକ୍ଟର କାର୍ଯ୍ୟ । ଦିଗ ବାରେଣୀ ଖୁଣ୍ଟି ଛକରୁ ମେ ଫେୟାର ହୋଟେଲ ବେଳାଭୂମି ପର୍ଯ୍ୟନ୍ତ ବ୍ଲୁ ଫ୍ଲାଗ ବିଚର 9 ଶହ ମିଟର ଇଲାକାରେ ଏହି ସ୍ବତନ୍ତ୍ର ବ୍ଲୁ ଫ୍ଲାଗ ବିଚ ପ୍ରକଳ୍ପ କାର୍ଯ୍ୟ ଚାଲିଛି । ଯେଉଁଥିରେ କି ପର୍ଯ୍ୟଟକଙ୍କ ପାଇଁ ଅବ୍ୟର୍ଥନା କେନ୍ଦ୍ର, ପବ୍ଲିକ ଟଏଲେଟ, ପୋଷାକ ପରିବର୍ତ୍ତନ ଗୃହ, ସୋଲାର ଲାଇଟର ବ୍ୟବସ୍ଥା, କଠିନ ବର୍ଜ୍ୟବସ୍ତୁ ବିଘଟନ ପ୍ରକଳ୍ପ ସମେତ ଅନ୍ତର୍ଜାତୀୟ ସୁବିଧା ଆଦି ବ୍ୟବସ୍ଥା ରହିଛି। ଭାରତ ସରକାର ୧୦ କୋଟି ଏବଂ ଅନ୍ତର୍ଜାତୀୟ ସମନ୍ବିତ ଉପକୂଳ ପରିଚାଳନା ପ୍ରକଳ୍ପ ୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ସେହି ଅନୁସାରେ ଏପ୍ରିଲ ମାସରେ ଡେନମାର୍କ ସଂସ୍ଥା ଫି ର କର୍ମକର୍ତ୍ତା ପୁରୀ ଆସି ଅନୁଧ୍ୟାନ କରି ତଦାରଖ କରିବା ପରେ ମାନ୍ୟତା ମିଳିବ ।

ଡେନମାର୍କର federation of environment education ସାରା ବିଶ୍ବରେ ଥିବା ସର୍ବଶ୍ରେଷ୍ଠ ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ଦେଇଥାଏ । ଏହି ମାନ୍ୟତା ପାଇଲେ ବେଳାଭୂମିର ଗୁରୁତ୍ବ ବିଶ୍ବ ସ୍ତରରେ ବୃଦ୍ଧି ପାଇବ। କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଦେଶରେ ୧୩ ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ପାଇଁ ଚୟନ କରିଛନ୍ତି । ବ୍ଲୁ ଫ୍ଲାଗ ବିଚ୍ ସରିବା ପରେ ୩୩ ଟି ସର୍ତ୍ତ ପୂରଣ କଲେ ଡେନମାର୍କର ଫି ସଂସ୍ଥା ପକ୍ଷରୁ ଅନୁଧ୍ୟାନ କରି ବ୍ଲୁ ଫ୍ଲାଗ ମାନ୍ୟତା ବା ସାର୍ଟିଫିକେଟ ଦିଆଯିବ । ତା ପରେ ବିଶ୍ବରେ ପୁରୀ ବେଳାଭୂମି ବ୍ଲୁ ଫ୍ଲାଗ ବିଚ୍ ଭାବେ ପରିଗଣିତ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details