ଓଡିଶା

odisha

ଟିକା ନେଇଥିବା ବରିଷ୍ଠ ନାଗରିକଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦାବି କଲା ବିଜେପି

By

Published : Jul 15, 2021, 7:20 PM IST

ଆଡପ ମଣ୍ଡପରେ ଟିକା ନେଇଥିବା ବରିଷ୍ଠ ନାଗରିକଙ୍କୁ ମହାପ୍ରଭୁଙ୍କ ଦର୍ଶନ ଲାଗି ଅନୁମତି ମିଳୁ ବୋଲି ପୁରୀ ବିଜେପି ଦାବି କରିଛି । ଅଧିକ ପଢନ୍ତୁ...

ଟିକା ନେଇଥିବା ବରିଷ୍ଠ ନାଗରିକଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦାବି କଲା ବିଜେପି
ଟିକା ନେଇଥିବା ବରିଷ୍ଠ ନାଗରିକଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦାବି କଲା ବିଜେପି

ପୁରୀ: ଶ୍ରୀଗୁଣ୍ଡିଚା ଯାତ୍ରା ପରେ ବର୍ତ୍ତମାନ ଆଡପ ମଣ୍ଡପରେ ବିରାଜମାନ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଟିକା ନେଇସାରିଥିବା ବରିଷ୍ଠ ନାଗରିକଙ୍କୁ ଅନୁମତି ପାଇଁ ଦାବି ହୋଇଛି । ତେବେ ପୁରୀ ବିଜେପି ପକ୍ଷରୁ ସରକାରଙ୍କ ନିକଟରେ ଏହି ଦାବି କରାଯାଇଛି ।

ଟିକା ନେଇଥିବା ବରିଷ୍ଠ ନାଗରିକଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦାବି କଲା ବିଜେପି

ସୁନାବେଶରେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀ ସହରବାସୀଙ୍କୁ ସୁଯୋଗ ଦିଆଯାଉ । ଗୋଟିଏ ୱାର୍ଡର ବ୍ୟକ୍ତିଙ୍କୁ ପର୍ଯ୍ୟାୟ କ୍ରମେ ଏହି ସୁବିଧା ପ୍ରଦାନ କରାଯାଉ ବୋଲି ପୁରୀ ବିଜେପି ଦାବି କରିଛି । ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ନେତୃତ୍ବରେ ଏକ ବିଜେପି ପ୍ରତିନିଧି ମଣ୍ଡଳୀ ପୁରୀ ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଜିଲ୍ଲାପାଳ ସରକାରଙ୍କ ସହ ଆଲୋଚନା କରି ଯାହା କିଛି ନିଷ୍ପତ୍ତି ନେବେ ବୋଲି କହିଥିବା ପୁରୀ ବିଧାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହୋଇଥିବାବେଳେ ବଡ଼ ଦାଣ୍ଡରେ ଛାତ ଉପରେ ପ୍ରଶାସନର କଟକଣା ମାନି କେହି ମଧ୍ୟ ଯାତ୍ରା ଦେଖିନଥିଲେ । ତେବେ ରଥଯାତ୍ରା ଦିନ କିଛି ବାହାର ରାଜ୍ୟର ଲୋକ ବଡ଼ଦାଣ୍ଡରେ ଥିବା ବିଭିନ୍ନ ଲଜିଂ, ଘରୋଇ ଅଫିସ ଉପରେ ଠିଆ ହୋଇ ରଥଯାତ୍ରା ଦେଖିଥିବା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏତେ କଡା ବ୍ୟବସ୍ଥା ମଧ୍ୟରେ କିଭଳି ରାଜ୍ୟ ବାହାର ଲୋକ ଘର ଛାତ ଓ ବାଲକୋନିରେ ଦେଖିଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପୁରୀ ପ୍ରଶାସନର ଏଭଳି ଖାମ ଖିଆଲି ମନୋଭାବକୁ ନେଇ ପୁରୀ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଏଣୁ ଏହାକୁ ପ୍ରଶମିତ ପାଇଁ ଜିଲ୍ଲା ପ୍ରଶାସନ ଓ ସରକାରୀ ବରିଷ୍ଠ ନାଗରିକଙ୍କୁ କୋଭିଡ ନେଗେଟିଭ ପ୍ରମାଣ ପତ୍ର ଆଧାରରେ ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ଦେବାକୁ ପୁରୀ ବିଧାୟକ ଦାବି କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details