ଓଡିଶା

odisha

ବିଜେଡି ବିରୋଧରେ ନିର୍ବାଚନ ଆଚରଣବିଧି ଉଲଂଘନ ଅଭିଯୋଗ

By

Published : Feb 12, 2021, 8:31 PM IST

ପିପିଲି ନୂଆଶାସନ ପଞ୍ଚାୟତ ପାଇଁ ସରପଞ୍ଚ ଉପ-ନିର୍ବାଚନ ନେଇ ରାଜନୈତିକ ପାଣିପାଗ ଉଷ୍ମ । ଅଧିକ ପଢନ୍ତୁ...

Puri BJP Allegations over BJD for violation of election code of conduct
ବିଜେଡି ବିରୋଧରେ ନିର୍ବାଚନ ଆଚରଣବିଧି ଉଲଂଘନ ଅଭିଯୋଗ

ପୁରୀ: ପିପିଲି ନୂଆଶାସନ ପଞ୍ଚାୟତ ପାଇଁ ସରପଞ୍ଚ ଉପ-ନିର୍ବାଚନ ନେଇ ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି । ଶାସକ ବିଜେଡି ଖୁଲମ ଖୁଲା ନିର୍ବାଚନ ଆଚରଣ ବିଧି ଉଲଂଘନ କରୁଥିବା ପୁରୀ ଜିଲ୍ଲା ବିଜେପି ଅଭିଯୋଗ କରିଛି।

ଚିହ୍ନ ନଥିବା ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ସପକ୍ଷରେ ବିଜେଡିର ପ୍ରଚାର ପରେ ନିର୍ବାଚନ ଆଚରଣବିଧି ଉଲଂଘନ ହୋଇଥିବା ଅଭିଯୋଗ କରିଛନ୍ତି ବିଜେପି ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ । ଆବଶ୍ୟକ ପଡିଲେ ନିର୍ବାଚନ କମିଶନରଙ୍କ ନିକଟରେ ଦ୍ବାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିବା ସହ କୌଣସି ନିର୍ବାଚନ ଆଚରଣ ବିଧି ଉଲଂଘନ ହୋଇନଥିବା ବିଜେଡି । ନିର୍ବାଚନ ରେ ଦଳୀୟ ଚିହ୍ନ ନ ଥିଲେ ମଧ୍ୟ ବିଭିନ୍ନ ଦଳର ବିଚାରଧାରା ସହିତ ଜଡିତ ପ୍ରାର୍ଥୀଙ୍କୁ ବିଭିନ୍ନ ଦଳ ସମର୍ଥନ କରିଥାନ୍ତି । ବିଜେପି ମଧ୍ୟ ସେହିଭଳି କରୁଛି। ସେଥିପାଇଁ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ ଠିକ ନୁହେଁ ବୋଲି ବିଜେଡି କହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details