ପୁରୀ: ଅଣସର ଫଳ ଭାର । ମହାପ୍ରଭୁଙ୍କ ଅଣସର ସମୟରେ ମହାପ୍ରଭୁଙ୍କ ନିମନ୍ତେ ଅଣସର ଫଳ ଭାର ବିଭିନ୍ନ ଅଞ୍ଚଳରୁ ଶ୍ରୀମନ୍ଦିରକୁ ଆସିବାର ପରମ୍ପରା ରହି ଆସିଛି।
ମହାପ୍ରଭୁଙ୍କ ଅଣସର ସମୟରେ ଫଳ ଭାର - ପୁରୀ ରଥଯାତ୍ରା
ମହାପ୍ରଭୁଙ୍କ ଅଣସର ସମୟରେ ମହାପ୍ରଭୁଙ୍କ ନିମନ୍ତେ ଅଣସର ଫଳ ଭାର ବିଭିନ୍ନ ଅଞ୍ଚଳରୁ ଶ୍ରୀମନ୍ଦିରକୁ ଆସିବାର ପରମ୍ପରା ରହି ଆସିଛି। ପ୍ରତିବର୍ଷ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଅଣସର ଫଳ ଭାର ମହାପ୍ରଭୁଙ୍କ ନିମନ୍ତେ ଭକ୍ତ ମାନେ ଆଣିଥାନ୍ତି।ଅଧିକ ଜାଣନ୍ତୁ...
![ମହାପ୍ରଭୁଙ୍କ ଅଣସର ସମୟରେ ଫଳ ଭାର puri-anasara-fruit-to-mahaprabhu-sir-jangannath](https://etvbharatimages.akamaized.net/etvbharat/prod-images/768-512-7646168-thumbnail-3x2-puri.jpg)
ମହାପ୍ରଭୁ ଜ୍ବରରେ ପୀଡିତ ଥିବାରୁ ଭଲ ସୁ ସ୍ଵାଦୁ ଫଳ ଠାକୁରଙ୍କ ପାଇଁ ଆଣିଥାନ୍ତି । ଏହି କ୍ରମ ରେ ପୁରୀ ର କାକଟପୁର ଅଞ୍ଚଳ ର ମହର୍ଷି ବିଶ୍ଵାମିତ୍ର ଆଶ୍ରମ ପକ୍ଷରୁ ମହାପ୍ରଭୁ ଙ୍କ ପାଇଁ ସୁ ସ୍ଵାଦୁ ବିଭିନ୍ନ ଫଳ ଆଣି ଶ୍ରୀମନ୍ଦିର ରେ ଦିଆଯାଇଛି। ରାସ୍ତାରେ ଝାଞ୍ଜ କୀର୍ତନ କରି ବିଭିନ୍ନ ଫଳ ଯଥା କଦଳୀ, ପଣସ ,ସପୁରୀ, ସେଓ, ଅଙ୍ଗୁର, କମଳା ଆଦି ବିଭିନ୍ନ ଫଳ ସମେତ ତୁଳସୀ ମଧ୍ୟ ଦିଆଯାଇଛି। ଏହି ଅଣସର ଫଳ ଭାର ଆଣି ବେଶ ଖୁସି ପ୍ରକଟ କରିଛନ୍ତି ଶ୍ରଦ୍ଧାଳୁ ମାନେ। ପ୍ରତିବର୍ଷ ଏହି ଭଳି ରାଜ୍ୟର ବିଭିନ୍ନ ଅଞ୍ଚଳ ରୁ ଅଣସର ଫଳ ଭାର ମହାପ୍ରଭୁ ଙ୍କ ନିମନ୍ତେ ଭକ୍ତ ମାନେ ଆଣିଥାନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ