ଓଡିଶା

odisha

ETV Bharat / state

କାର୍ତ୍ତିକ ବ୍ରତରେ ପୁରୀ ନ ଆସିବାକୁ ହବିଷ୍ୟାଳୀଙ୍କୁ ପ୍ରଶାସନର ଅନୁରୋଧ - puri administrator

ଚଳିତବର୍ଷ ଶ୍ରୀକ୍ଷେତ୍ରକୁ କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କୁ ନ ଆସିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

puri administrator
ହବିଷ୍ୟାଳୀଙ୍କୁ ପ୍ରଶାସନର ଅନୁରୋଧ

By

Published : Oct 29, 2020, 9:07 PM IST

ପୁରୀ: କୋରୋନା ମହାମାରୀକୁ ଦେଖି ଚଳିତବର୍ଷ ପୁରୀରେ କାର୍ତ୍ତିକ ବ୍ରତ ପାଳନ ଉପରେ ଲାଗିଛି କଟକଣା । ଚଳିତବର୍ଷ ଶ୍ରୀକ୍ଷେତ୍ରକୁ କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କୁ ନ ଆସିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଏନେଇ ଅନୁରୋଧ କରିଛନ୍ତି ।

ହବିଷ୍ୟାଳୀଙ୍କୁ ପ୍ରଶାସନର ଅନୁରୋଧ

ଶ୍ରୀକ୍ଷେତ୍ରକୁ ହବିଷ୍ୟାଳୀମାନେ ଆସିଲେ ବୟସ୍କ ବ୍ୟକ୍ତିଙ୍କୁ କୋଭିଡ ସଂକ୍ରମଣର ଆଶଙ୍କା ରହିଛି । ଅନ୍ୟପଟେ ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜନ ହେଉଥିବା ହବିଷ୍ୟାଳୀ ଶିବିର ମଧ୍ୟ ବନ୍ଦ କରାଯାଇଛି । ଗତ କିଛିବର୍ଷ ହେବ ରାଜ୍ୟ ସରକାର କାର୍ତ୍ତିକ ମାସରେ ହବିଷ୍ୟାଳୀମାନଙ୍କ ରହିବା ଓ ମହାପ୍ରସାଦ ସେବନ ନେଇ ସ୍ବତନ୍ତ୍ର ଶିବିର ଖୋଲୁଥିଲେ । ତେବେ ଚଳିତବର୍ଷ କୋଭିଡ ମହାମାରୀ ସ୍ଥିତି ଯୋଗୁଁ ଏହା ବନ୍ଦ ରହିଛି ।

ପ୍ରତିବର୍ଷ କାର୍ତ୍ତିକ ମାସ ସାରା ପୁରୀରେ ହବିଷ୍ୟାଳୀମାନେ ରହି ବ୍ରତ ପାଳନ କରନ୍ତି । ମାତ୍ର ଏଥର କୋରୋନା ସଂକ୍ରମଣକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ହବିଷ୍ୟାଳୀଙ୍କୁ ବାରଣ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details