ପୁରୀ : ଆସନ୍ତା 26 ତାରିଖରେ ବାତ୍ୟା ୟସ ଓଡିଶା ଉପକୂଳବର୍ତ୍ତି ଅଞ୍ଚଳରେ ପ୍ରଭାବ ପକାଇବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏନେଇ ସତର୍କ ସୂଚନା ଆସିବା ପରେ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।
ବାତ୍ୟା ବିପର୍ଯ୍ୟୟକୁ ମୁକାବିଲା ନେଇ ପୁରୀ ପ୍ରଶାସନ ପ୍ରସ୍ତୁତ
ଆସନ୍ତା 26 ତାରିଖରେ ବାତ୍ୟା ୟଶ ଓଡିଶା ଉପକୂଳବର୍ତ୍ତୀରେ ପ୍ରଭାବ ପକାଇବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏନେଇ ସତର୍କ ସୂଚନା ଆସିବା ପରେ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଅଧିକ ପଢନ୍ତୁ...
ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକୁ ସରକାରଙ୍କ ତରଫରୁ ଆଲର୍ଟ କରାଯାଇ ଥିବାବେଳେ ସ୍ୱତନ୍ତ୍ର ରିଲିଫ କମିଶନର ଏନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । କିଭଳି ବାତ୍ୟା ଆଶ୍ରୟ ସ୍ଥଳୀକୁ ପ୍ରସ୍ତୁତ କରାଯିବା, ପାନୀୟ ଜଳ, ଶୌଚାଳୟ, ବିଦ୍ୟୁତ ବ୍ୟବସ୍ଥା ସଠିକ ହୋଇପାରିବ ସେ ନେଇ ଜିଲ୍ଲାପାଳଙ୍କ ସହ ସ୍ୱତନ୍ତ୍ର ରିଲିଫ କମିଶନର ଆଲୋଚନା କରି ପରାମର୍ଶ ଦେଇଛନ୍ତି ।
ସେପଟେ ନିର୍ଦ୍ଦେଶ ପରେ ବାତ୍ୟା ବିପର୍ଯ୍ୟୟକୁ ମୁକାବିଲା ପାଇଁ ପୁରୀ ଜିଲ୍ଲାପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଜିଲ୍ଲାପାଳ ସମର୍ଥ ବର୍ମା ଏନେଇ ବିଭିନ୍ନ ବିଭାଗ ସହିତ ଆଲୋଚନା କରିଛନ୍ତି । ଦିନେ ଦୁଇ ଦିନ ଭିତରେ ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ