ଓଡିଶା

odisha

ETV Bharat / state

କୋରୋନା ମୁକାବିଲା; ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଶେଷ - କୋରୋନା ସଂକଟ

କୋରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଶେଷ କରିଛି । ଏହାସହ ଲୋକଙ୍କ ସୁବିଧା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛି । ଏହାସତ୍ବେ ଲକଡାଉନ ସଫଳ ପାଇଁ ସହଯୋଗ ଲୋଡିଲେ ଜିଲ୍ଲାପାଳ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Puri administration
Puri administration

By

Published : Mar 26, 2020, 6:06 PM IST

ପୁରୀ: ସାରା ବିଶ୍ବକୁ ଏବେ କୋରୋନା ସଂକଟ । ଏହି ମହାମାରୀର ମୁକାବିଲା ପାଇଁ ସାରା ହିନ୍ଦୁସ୍ତାନର ସମସ୍ତ ଜନ ସାଧାରଣ ଜଣେ ଜଣେ ଯୋଦ୍ଧା ସାଜିଛନ୍ତି । ମହାମାରୀର ମୁକାବିଲା ପାଇଁ ସାରା ରାଜ୍ୟଏବେ ଯୋରଦାର ପ୍ରସ୍ତୁତି ଚଳାଇଛି । ଯେଉଁଥିରେ ପୁରୀ ପ୍ରଶାସନ ମଧ୍ୟ ପ୍ରସ୍ତୁତି ଶେଷକରିଛି ।

କୋରୋନା ମୁକାବିଲା; ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଶେଷ

ପୁରୀ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ର ଗୁଡିକରେ କୋରୋନା ଚିକିତ୍ସା ନେଇ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ 50 ଶଯ୍ୟା ବିଶିଷ୍ଟ ହସ୍ପିଟାଲ କରାଯାଇଛି। ସେହିପରି ପୁରୀ ନିର୍ମାଣାଧୀନ ମେଡିକାଲ କଲେଜ ବିଲ୍ଡିଂରେ 250 ଶଯ୍ୟା ବିଶିଷ୍ଟ ମେଡିକାଲରେ ପରିଣତ କରାଯାଇଛି। ଏହାବାଦ ଏକ ସ୍ୱତନ୍ତ୍ର କୋଭିଡ-19 ପାଇଁ ହସ୍ପିଟାଲ ମଧ୍ୟ ପ୍ରସ୍ତୁତ ହୋଇଛି । ସମସ୍ତ କୋରୋନା ହସ୍ପିଟାଲରେ ଆବଶ୍ୟକ ଭିତ୍ତିଭୂମି ଉପଲବ୍ଧ କରାଯାଇଛି । ଏଥସହ ଅଭିଜ୍ଞ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।

ଜିଲ୍ଲାରେ 111 ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିଲା । ସେମାନଙ୍କ ମଧ୍ୟରୁ 24 ଜଣ 15 ଦିନ ଲେଖାଏଁ ହୋମ ଆଇସୋଲେସନରେ ରହିଥିଲେ । ଜିଲ୍ଲାର ପ୍ରାୟ 4 ହଜାର ଲୋକ ବିଭିନ୍ନ ରାଜ୍ୟରୁ ଘରକୁ ଫେରିଛନ୍ତି । ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି ପ୍ରଶାସନ । ଜିଲ୍ଲାରେ ଥିବା ସମସ୍ତ ଛାତ୍ରବାସକୁ ବନ୍ଦ କରାଯାଇଛି । ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ 3 ମାସର ଭତ୍ତା ବଣ୍ଟନ କରାଯାଇଛି । ଏହାଦ୍ବାରା 1 ଲକ୍ଷ 80 ହଜାର ହିତାଧିକାରୀ ଉପକୃତ ହୋଇଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି । ଏଥିପାଇଁ 40 ରୁ 42 କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜିଲ୍ଲାପାଳ କହିଛନ୍ତି । ଅନ୍ୟପଟେ 2 ଲକ୍ଷ 80 ହଜାର ପରିବାରକୁ 3 ମାସର ଆଗୁଆ ପିଡିଏସ ବାବଦରେ 2 ଲକ୍ଷ କ୍ବୁଇଣ୍ଟାଲ ଚାଉଳ ଯୋଗାଇ ଦିଆଯାଇଛି ।

ସେପଟେ ଲକଡାଉନ ପାଳନରେ ଯେମିତି କିଛି ଉଲଘଂନ ନହୁଏ ସେଥିପାଇଁ ଜିଲ୍ଲାପ୍ରଶାସନ ସମସ୍ତ ପଦକ୍ଷେପ ନେଇଛି । ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି । ସମସ୍ତ ଅତ୍ୟାବଶ୍ୟକ ସେବାରେ ଯେମିତି ବ୍ୟାଘାତ ସୃଷ୍ଟି ନହୁଏ ସେଥିପାଇଁ ପ୍ରଶାସନ ନଜର ରଖିଥିବା ଜିଲ୍ଲାପାଳ କହିଛନ୍ତି । ଏତତ ବ୍ୟତୀତ କୋରୋନା ମୁକାବିଲା ପାଇଁ ଜିଲ୍ଲାବାସୀଙ୍କ ସହଯୋଗ ଲୋଡିଛନ୍ତି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details