ପୁରୀ: ଦିନକ ପରେ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥ ନାଗାର୍ଜୁନ ବେଶ ଧାରଣ କରିବେ। ତେବେ ଚଳିତ ବର୍ଷ ମହାପ୍ରଭୁଙ୍କ ଏ ଅପୂର୍ବ ରୂପ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ। ଏଥିପାଇଁ ଜିଲ୍ଲା ବାହାର ଲୋକଙ୍କୁ ପୁରୀ ନ ଆସିବା ଲାଗି ଅନୁରୋଧ କରିଛି ପୁରୀ ପ୍ରଶାସନ। ତେବେ ପୁରୀ ବାସିନ୍ଦାକୁ ପତିତପାବନଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଇଛି। ତେବେ ମନ୍ଦରି ଭିତରକୁ ପ୍ରବେଶ ପାଇଁ ସଭିଙ୍କୁ ବାରଣ କରାଯାଇଛି।
ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ପୁରୀ ପ୍ରଶାସନର କଟକଣା ଜାରି - ନାଗାର୍ଜୁନ ବେଶ
ମହାପ୍ରଭୁଙ୍କ ନାଗାର୍ଜୁନା ବେଶ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିର 3ଟି ଦ୍ବାରରେ ଏହି ସୁରକ୍ଷା ବଳୟ ରହିବ। ଅଧିକ ପଢ଼ନ୍ତୁ...
![ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ପୁରୀ ପ୍ରଶାସନର କଟକଣା ଜାରି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ପୁରୀ ପ୍ରଶାସନ କଟକଣା ଜାରି](https://etvbharatimages.akamaized.net/etvbharat/prod-images/768-512-9662427-thumbnail-3x2-kjf.jpg)
ମହାପ୍ରଭୁଙ୍କ ନଗାର୍ଜୁନା ବେଶ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ। ଶ୍ରମନ୍ଦିର 3ଟି ଦ୍ବାରରେ ଏହି ସୁରକ୍ଷା ବଳୟ ରହିବ। ନାଗାର୍ଜୁନ ବେଶ ଦିନ ଶ୍ରଦ୍ଧାଳୁମାନେ ମରିଚକୋଟ ଛକରୁ ଚାଲି ଚାଲି ଆସିବେ। ଏହାପରେ କାକୁଡ଼ିଖାଇ ଛକ ଦେଇ ବାହାରିବେ। ଏହସହ ସେହିଦିନ ଶ୍ରୀମନ୍ଦିରେ ଅଭଡ଼ା ବିକ୍ରି ପ୍ରବନ୍ଧ କରାଯିବ ନାହିଁ। ନାଗାର୍ଜୁନ ବେଶ ଦିନ ଜଗନ୍ନାଥ ବଲ୍ଲଭରେ ଅବଢ଼ା ବିକ୍ରି ବ୍ୟବସ୍ଥା କରାଯାଇଛି। ମନ୍ଦିର ନିକଟରେ ଯେପରି ଗହଳି ନହେବ ସେନେଇ ପ୍ରଶାସନ କଟକଣା ଜାରି କରିଛି। ପୁରୀ ରାଜନଗର ପାଖରେ କୌଣସି ବ୍ୟକ୍ତି ବିଶେଷଙ୍କୁ ଗାଡ଼ି ଚଳାଇବା ଉପରେ କଟକଣା ଜାରି କରାଯାଇଛି। ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବାନେଇ ନିର୍ଦ୍ଦେଶ ଦିଆଯାଇଛି। କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଏଭଳି କଟକଣା ଜାରି କରିଛି ପୁରୀ ପ୍ରଶାସନ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ