ପୁରୀ:ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ପ୍ରକାଶ ମାମଲା । ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜୋରିମାନା ପ୍ରସଙ୍ଗରେ ପୁରୀ ଜିଲ୍ଲା ଆମ ଆଦମୀ ପାର୍ଟିର ନିନ୍ଦା । ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ସାର୍ଟିଫିକେଟ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗୁଜୁରାଟ ହାଇକୋର୍ଟ 25 ହଜାର ଟଙ୍କାର ଜରିମାନା କରିବା ପ୍ରସଙ୍ଗକୁ ନେଇ ରାଜ ରାସ୍ତାକୁ ଓହ୍ଲାଇଛି ପୁରୀ ଜିଲ୍ଲା ଆମ ଆଦମୀ ପାର୍ଟି।
ଦେଶର ପ୍ରଧାନମନ୍ତ୍ରୀଙ୍କ ଶିକ୍ଷା ଗତ ଯୋଗ୍ୟତା କଣ । ଦେଶବାସୀଙ୍କ ଜାଣିବା ଅଧିକାର ନାହିଁକି ବୋଲି ପୁରୀ ଆପ୍ ପ୍ରଶ୍ନ କରିଛି । ଏନେଇ ତଥ୍ୟ ପାଇଁ ଆବେଦନ କରିବା କେଉଁଠି ଭୁଲ ରହିଲା ବୋଲି ପୁରୀ ଆପ୍ ପକ୍ଷରୁ କୁହାଯାଇଛି । ଦେଶରେ ଯେଭଳି ପ୍ରଧାନମନ୍ତ୍ରୀ ଶାସନ ଚଳାଇଛନ୍ତି, ବିରୋଧୀଙ୍କୁ ଆଇନ ବ୍ୟବସ୍ଥାରେ ଢାଲ କରାଯାଇ ସ୍ୱର ଚପା ଯାଉଚି ତାକୁ ଆମ ଆଦମୀ ପାର୍ଟି ନିନ୍ଦା କରୁଛି ବୋଲି ନେତାମାନେ କହିଛନ୍ତି । ଦେଶ ସ୍ବାଧୀନ ହେବାର ଆଜି ପର୍ଯ୍ୟନ୍ତ ଯେତେ ପ୍ରଧାନମନ୍ତ୍ରୀ ହୋଇଛନ୍ତି ସମସ୍ତେ ଉଚ୍ଚ ଶିକ୍ଷିତ । କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଛାଡି । ଦେଶରେ ପ୍ରଧାନମନ୍ତ୍ରୀ ଉଚ୍ଚ ଶିକ୍ଷିତ ନହେଲେ ଦେଶରେ ଶାସନ ବ୍ୟବସ୍ଥା ଠିକ୍ରେ ଚାଲି ପାରିବ ନାହିଁ ବୋଲି ନେତାମାନେ କହିଛନ୍ତି ।