ଓଡିଶା

odisha

ପୁରୀରେ ଜାନୁଆରୀ 17ରୁ ପଲ୍‌ସ ପୋଲିଓ ଟିକାକରଣ ଅଭିଯାନ

By

Published : Dec 22, 2020, 10:13 AM IST

ଆସନ୍ତାମାସ 17ରୁ ପୁରୀ ଜିଲ୍ଲାରେ ପଲ୍‌ସ ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଏ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ପଲସ ପୋଲିଓ ଟିକାକରଣ ଅଭିଯାନ
ପଲସ ପୋଲିଓ ଟିକାକରଣ ଅଭିଯାନ

ପୁରୀ: ଆସନ୍ତା ଜାନୁଆରୀ 17ରେ ଜିଲ୍ଲାରେ ୩ ଦିନ ଧରି ପଲ୍‌ସ ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ ହେବ । ଏ ନେଇ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି ।

ଜାନୁଆରୀ 17ରୁ ପଲସ ପୋଲିଓ ଟିକାକରଣ ଅଭିଯାନ

ଜିଲ୍ଲାରେ ୫ ବର୍ଷ ବୟସରୁ କମ୍ ଏକ ଲକ୍ଷ ୮୩ ହଜାର ୫୦୮ ଜଣ ଶିଶୁଙ୍କୁ ଟିକାକରଣ କରାଯିବ । ଆସନ୍ତାମାସ ୧୭ ତାରିଖରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଅଙ୍ଗନୱାଡି କେନ୍ଦ୍ର, ସ୍କୁଲରେ ବୁଥସ୍ତରରେ ଟିକାକରଣ କରାଯିବ । ଏଥିପାଇଁ ୭୪୬ଟି ବୁଥ ଚିହ୍ନଟ କରାଯାଇଛି । ପରବର୍ତ୍ତୀ ଦୁଇଦିନ ଅର୍ଥାତ ୧୮ ଓ ୧୯ ତାରିଖରେ ଘରକୁ ଘର ବୁଲି ଟିକାକରଣ କରାଯିବ । ଏହି ଅଭିଯାନରେ ୩ ଲକ୍ଷ ୬୩ ହଜାର ୩୮ଟି ଘର ସାମିଲ ହେବ ।

ଏତଦ୍ ବ୍ୟତୀତ ବାହାରୁ ପୁରୀକୁ ପର୍ଯ୍ୟଟକ ଭାବେ ଆସୁଥିବା ପରିବାର, ବୁଲାବେପାରୀ ଏବଂ ଯାଯାବର ଗୋଷ୍ଠୀର ଶିଶୁ ମାନଙ୍କୁ ମଧ୍ୟ ସାମିଲ କରାଯିବ । ଏଥିପାଇଁ ଶ୍ରୀ ମନ୍ଦିର ନିକଟ, ବସଷ୍ଟାଣ୍ଡ, ଷ୍ଟେସନ, ସମୁଦ୍ରକୂଳ ଆଦି ୨୮ଟି ସ୍ଥାନରେ ମଧ୍ୟ ଟିକାକରଣ ନିମନ୍ତେ ବ୍ୟବସ୍ଥା କରାଯାଇଛି । ପୁରୀରେ ୬ଟି ଏବଂ ବ୍ଲକ ସ୍ତରରେ ୨୨ଟି ସ୍ଥାନ ଚିହ୍ନଟ ହୋଇଛି । ଏଥିପାଇଁ ୧୮ଟି ମୋବାଇଲ ଟିମ ଗଠନ କରାଯାଇଛି । ଏହି ଅଭିଯାନରେ ୨ ଲକ୍ଷ ୩୩ ହଜାର ୫୬ ଡୋଜ ଟିକା ବ୍ୟବସ୍ଥା ସହ ୨ ହଜାର ୯୮୪ ଜଣ ଟିକାଦାତା ଏବଂ ୧୪୯ଜଣ ସୁପରଭାଇଜର ନିଯୁକ୍ତ ହେବେ । ଏହି ଅଭିଯାନରେ ସିଡିପିଓ, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ସ୍ବେଚ୍ଛାସେବୀ, ରୋଟାରୀ କ୍ଲବ, ସ୍ବୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ଅନୁଷ୍ଠାନକୁ ସାମିଲ କରାଯିବ । ଏଥିନିମନ୍ତେ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details