ଓଡିଶା

odisha

ETV Bharat / state

ଲକଡାଉନ ନିୟମ ଉଲଘଂନ କରି ସେବକ ନିଲମ୍ବିତ - କୋରୋନା

ଯାଜପୁର ବଡ଼ଚଣା ଥାନାର ନିଲମ୍ବିତ ଆଇଆଇସିଙ୍କୁ ଶ୍ରୀମନ୍ଦିର ପ୍ରବେଶ ପ୍ରସଙ୍ଗରେ ପୂଜାପଣ୍ଡା ସେବକ ଲକ୍ଷ୍ମୀନାରାୟଣ ପୂଜାପଣ୍ଡାଙ୍କୁ ନିଲମ୍ବିତ କରିଛି ପୂଜାପଣ୍ଡା ନିଯୋଗ।

puja panda sebayat suspend
ଲକଡାଉନ ନିୟମ ଉଲଘଂନ ନେଇ ସେବକଙ୍କୁ ନିଲମ୍ବନ

By

Published : Apr 27, 2020, 1:28 PM IST

ପୁରୀ: ସେବକଙ୍କୁ ଭାରି ପଡିଲା ଲକଡାଉନ ନିୟମ ଉଲଘଂନ । ଶେଷରେ ନିଲମ୍ବିତ ହେଲେ ସେବକ । ଯାଜପୁର ବଡ଼ଚଣା ଥାନାର ନିଲମ୍ବିତ ଆଇଆଇସିଙ୍କୁ ଶ୍ରୀମନ୍ଦିର ପ୍ରବେଶ ପ୍ରସଙ୍ଗରେ ପୂଜାପଣ୍ଡା ସେବକ ଲକ୍ଷ୍ମୀନାରାୟଣ ପୂଜାପଣ୍ଡାଙ୍କୁ ନିଲମ୍ବିତ କରିଛି ପୂଜାପଣ୍ଡା ନିଯୋଗ।

ଅଭିଯୋଗ ଅନୁଯାୟୀ, ନିଲମ୍ବିତ ଆଇଆଇସି ଦୀପକ ଜେନାଙ୍କୁ ଏହି ପୂଜାପଣ୍ଡା ସେବକ ଜଣଙ୍କ ସମସ୍ତ କଟକଣା ଉଲଘଂନ କରି ଲକଡାଉନ ବେଳେ ଶ୍ରୀମନ୍ଦିରରେ ତାଙ୍କୁ ପ୍ରବେଶ କରାଇବା ସହ ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ।

ସେଥିପାଇଁ ସେବକ ଲକ୍ଷ୍ମୀନାରାୟଣ ପୂଜାପଣ୍ଡାଙ୍କୁ ନିଯୋଗର ସଦସ୍ୟତା ପଦରୁ ନିଲମ୍ବନ କରାଯାଇଛି। ନିଯୋଗର ଅନ୍ୟାଦେଶ ପର୍ଯ୍ୟନ୍ତ ସେ ଶ୍ରୀମନ୍ଦିର ସେବା ପୂଜାରେ ଯୋଗ ଦେଇପାରିବେ ନାହିଁ। ଶ୍ରୀମନ୍ଦିର ପ୍ରଶାସନ ଏନେଇ ଅଭିଯୁକ୍ତ ପୂଜାପଣ୍ଡା ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି। ତେବେ ନୋଟିସ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀମନ୍ଦିର ପ୍ରଶାସନ ପୂଜାପଣ୍ଡା ନିଯୋଗକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ନୋଟିସ୍‌ ଆଧାରରେ ଗତ ରବିବାର ସଂପୃକ୍ତ ସେବକଙ୍କୁ ନିଲମ୍ବିତ କରିଛି ନିଯୋଗ। ଅନ୍ୟପଟେ ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି। ଉକ୍ତ ସେବକଙ୍କୁ ଥାନାରୁ ନୋଟିସ ଦେଇ ଛାଡି ଦିଆଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details