ଓଡିଶା

odisha

ETV Bharat / state

କେବେ ହେବ ବଡଦାଣ୍ଡ ଆମିଷ ମୁକ୍ତ ? ହାଇଜେନିକ ଫିସ ମାର୍ଟ କାର୍ଯ୍ୟ ଅଧପନ୍ତରିଆ, ଅସନ୍ତୋଷ ସହରବାସୀ

ତାଳବଣିଆ ଠାରେ ନିର୍ମାଣ ଚାଲିଥିବା ହାଇଜେନିକ୍ ଫିସ୍ ମାର୍କେଟର କାର୍ଯ୍ୟରେ ବିଳମ୍ବକୁ ନେଇ ଭକ୍ତଙ୍କ ମଧ୍ୟରେ ଆସନ୍ତୋଷ । ଜିଲ୍ଲା ପ୍ରଶାସନ ଏହି ପ୍ରକଳ୍ପ କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରିବାର ସାଧାରଣରେ ଦାବି । ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 22, 2023, 9:15 PM IST

କେବେ ହେବ ପୁରୀ ବଡ ଦାଣ୍ଡ ଆମିଷ ମୁକ୍ତ?
କେବେ ହେବ ପୁରୀ ବଡ ଦାଣ୍ଡ ଆମିଷ ମୁକ୍ତ?

କେବେ ହେବ ପୁରୀ ବଡ ଦାଣ୍ଡ ଆମିଷ ମୁକ୍ତ?

ପୁରୀ: ଆଧ୍ୟାତ୍ମିକ ନଗର ଶ୍ରୀକ୍ଷେତ୍ର । ଦେଶ ବିଦେଶରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୂଙ୍କ ଦର୍ଶନ ପାଇଁ ଆସିଥାନ୍ତି । ଅନେକ ଭକ୍ତ ପ୍ରଭୁଙ୍କ ସାନିଧ୍ଯ ଲାଭ କରିବା ପାଇଁ ମନ୍ଦର ମଧ୍ୟରେ ପ୍ରବେଶ କରିପାରନ୍ତି ନାହିଁ । ତାଙ୍କ ପାଇଁ ବଡଦାଣ୍ଡ ହିଁ ଶ୍ରୀମନ୍ଦର ହୋଇଥାଏ । ରଥଯାତ୍ର ଠାରୁ ଆରମ୍ଭ କରି ପ୍ରଭୂଙ୍କ ଅନେକ କାର୍ଯ୍ୟ ବଡଦାଣ୍ଡରେ କରାଯାଏ । ହେଲେ ବଡଦାଣ୍ଡରେ ସମେତ ବିଭିନ୍ନ ଗଳିକନ୍ଦିରେ ଖୁଲମଖୁଲା ଆମିଷ ଏହାର ଶୋଭାକୁ ନଷ୍ଟ କରିଥାଏ ।

ରାସ୍ତା କଡ଼ରେ ମାଛ, ମାଂସ ବିକ୍ରି ହେଉଥିବା ବେଳେ ଦୁର୍ଗନ୍ଧ ଯୋଗୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଯାହା ଫଳରେ ଆଧ୍ୟାତ୍ମିକ ପରିବେଶ ନଷ୍ଟ ହେଉଛି । ତେବେ ପୁରୀରେ ଆଧ୍ୟାତ୍ମିକ ବାତାବରଣ ବଜାୟ ରଖିବା ପାଇଁ ତାଳବଣିଆ ଠାରେ ସ୍ବଚ୍ଛ ମାଛ ମାର୍କେଟ ତଥା ହାଇଜେନିକ୍ ଫିସ୍ ମାର୍କେଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଶ୍ରୀକ୍ଷେତ୍ରର ରାସ୍ତାଘାଟରେ ଆମିଷ ବିକ୍ରି ନହୋଇ ଗୋଟିଏ ସ୍ଥାନ ସ୍ବଚ୍ଛ ମାଛ ମାର୍କେଟରେ ଆମିଷ ବିକ୍ରି ନେଇ ପରିକଳ୍ପନା କରାଯାଇଥିଲା । ଏହାକୁ ନେଇ ୨୦୨୦ ମସିହାରୁ ଏହି ସ୍ବତନ୍ତ୍ର ହାଇଜେନିକ୍ ଫିସ୍ ମାର୍କେଟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହି କାର୍ଯ୍ୟ ଶେଷ ହେବାର ଅହେତୁକ ବିଳମ୍ବ ହେଉଛି ।

ନଗର କଂଗ୍ରେସ୍ ସଭାପତି ଅମରେନ୍ଦ୍ର ପାଇକରାୟ କହିଛନ୍ତି, ‘‘ବଡ଼ଦାଣ୍ଡ ସମେତ ବିଭିନ୍ନ ଗଳିକନ୍ଦି ଓ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ଏବେବି ଖୁଲମଖୁଲା ଆମିଷ ବିକ୍ରି ହେଉଥିଛି । 2020 ମସିହାରୁ ଆରମ୍ଭ ହୋଇଥିବା ମାର୍କେଟ କାର୍ଯ୍ୟ ମାତ୍ର 50 ପ୍ରତିଶତ ଶେଷ ହୋଇଛି । ଯାହା ଏକ ନିନ୍ଦନୀୟ ଘଟଣା । ଜିଲ୍ଲା ପ୍ରଶାସନ କରି ସରକାର ଏଥି ପ୍ରତି ଉପଯୁକ୍ତ ଧ୍ୟାନ ଦେଉ ନାହାଁନ୍ତି । ଠିକା ସଂସ୍ଥା ଏବଂ ପ୍ରଶାସନର ଜ୍ଞାତସାରରେ ଏହି ଘଟଣା ଘଟୁଛି । ତେଣୁ ତୁରନ୍ତ ଏହି ମାର୍କେଟ ନିର୍ମାଣ କରାଯାଉ । ନଚେତ ଆଗାମୀ ଦିନରେ ତୀବ୍ର ପ୍ରତିବାଦ କରାଯିବ ।’’

ଏହା ମଧ୍ୟ ପଢନ୍ତୁ..ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣା: ତଦନ୍ତ ରିପୋର୍ଟ ପାଇଲା ପ୍ରଶାସନ, ମହାପ୍ରଭୁଙ୍କ ଜମିରେ ହୋଇଛି କମ୍ପ୍ଲେକ୍ସ

ପୁରୀ ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଭୂତି ରଞ୍ଜନ ରାଉତ କହିଛନ୍ତି, ‘‘ତାଳବଣିଆ ଠାରେ 7କୋଟି ଟଙ୍କା ବ୍ୟୟ ବରାଦରେ ହାଇଜେନିକ ମାର୍କେଟ ନିର୍ମାଣ କାର୍ଯ୍ୟ ଜାରି ରହିଛି । କୋଭିଡ କାରଣରୁ କାର୍ଯ୍ୟରେ ବିଳମ୍ବ ହୋଇଛି । 2 ମହଲା ବିଶିଷ୍ଟ ଏହି ବିଲ୍ଡଂର 50 ପ୍ରତିଶତ କାର୍ଯ୍ୟ ସରିଛି । ଗ୍ରାହକ ଏବଂ ବ୍ୟାବସାୟୀଙ୍କ ସୁବିଧା ପାଇଁ ବିଭିନ୍ନ ଅତ୍ୟାଧୁନିକ ସୁବିଧା ଯୋଗାଇ ଦିଆଯିବ । ଏହା ରାଜ୍ୟର ଦ୍ବିତୀୟ ସର୍ବ ବୃହତ ମାଛ ମାର୍କେଟ ହେବା ନେଇ ପରିକଳ୍ପନା କରାଯାଇଛି । ଠିକାଦାର ସହ ଆଲୋଚନା କରାଯାଇ ଖୁବଶୀଘ୍ର ଏହି ସ୍ବତନ୍ତ୍ର ହାଇଜେନିକ୍ ଫିସ୍ ମାର୍କେଟର କାର୍ଯ୍ୟ ଶେଷ କରାଯିବ ।"

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details