ପୁରୀ: ଭୟାବହ ଅଗ୍ନିକାଣ୍ଡ , 7 ଗାଈ ଜୀବନ୍ତ ଦଗ୍ଧ । ନିଆଁର ପ୍ରକୋପ ଏଭଳି ଥିଲା ଯେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଛାରଖାର ହେବା ସହ ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି । ପୁରୀ କାକଟପୁର ବ୍ଲକ ଜଳେଶ୍ବର ପଡା ପଞ୍ଚାୟତ କରୁଣା ଗାଁ ରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗ୍ରାମର ମୁରଲୀ ଜେନା ନାମକ ଜଣେ ବ୍ୟକ୍ତିଙ୍କ 7 ଟି ଗାଈ ଜୀବନ୍ତ ଦଗ୍ଧ ହେବା ସହ 3 ଟି ଗାଈ ଗୁରୁତର ଆହତ ହୋଇଛନ୍ତି। ଏହା ସହ 3 ରୁ ଉର୍ଦ୍ଧ୍ବ ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଛି।
ସୂଚନାଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ମୁରଲୀଙ୍କ ପରିବାର ଶୋଇଥିବା ଅବସ୍ଥାରେ ଆକସ୍ମିକ ଭାବେ ଘରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ 7 ଟି ଗାଈ ଜୀବନ୍ତ ଦଗ୍ଧ ହେବା ସହ 3 ଟି ଗାଈ ଗୁରୁତର ଆହତ ହୋଇଛନ୍ତି। ଏହା ସହ 3 ରୁ ଉର୍ଦ୍ଧ୍ବ ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଛି।