ଓଡିଶା

odisha

ETV Bharat / state

ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା

ହସ୍ପିଟାଲରେ ମୁଖ୍ୟ ଫାଟକରେ ତାଲା ପକେଇବା ସହ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି ମୃତକଙ୍କ ସଂପର୍କୀୟ ଓ ପରିବାର ଲୋକେ ।

By

Published : Sep 11, 2020, 6:14 AM IST

ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା
ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା

ପୁରୀ:ରୋଗୀ ମୃତ୍ୟୁକୁ ନେଇ ଏକ ଘରୋଇ ହସ୍ପିଟାଲରେ ଉତ୍ତେଜନା । ଜଣେ ରୋଗୀଙ୍କ ମୃତ୍ୟୁକୁ ୧୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇନଥିବା ଅଭିଯୋଗ ହୋଇଛି ।

ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା

ହସ୍ପିଟାଲରେ ମୁଖ୍ୟ ଫାଟକରେ ତାଲା ପକେଇବା ସହ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି ମୃତକଙ୍କ ସଂପର୍କୀୟ ଓ ପରିବାର ଲୋକେ । ବୁଧବାର ରାତିରେ ଜ୍ବର ଓ କାଶ ଯୋଗୁ ବ୍ରହ୍ମଗିରି ତଳମାଳ ଅଞ୍ଚଳର ଅମୁଲ୍ୟ ସାହୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଗୁରୁବାର ଭୋର ୪ ଟାରେ ମୃତ୍ୟୁ ଘଟିଥିଲା । ତେବେ ମୃତ୍ୟୁକୁ ୧୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିନଥିଲେ । ଯାହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖା ଦେଇଥିଲା ।

ଖବର ପାଇ ଘଟଣାସ୍ଥଳରେ ସମୁଦ୍ରକୂଳ ଥାନା ପୋଲିସ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଅନ୍ୟପଟେ ମୃତକଙ୍କ କୋଭିଡ଼ ଟେଷ୍ଟ ରିପୋର୍ଟ ଆସିନାହିଁ । ରିପୋର୍ଟ ଆସିବା ପରେ ତାଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ମୃତକଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ସେ ପ୍ରଥମେ ଗତକାଲି ରାତିରେ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ଯାଇ ତାଙ୍କ ଅସୁସ୍ଥ ସ୍ବାମୀଙ୍କୁ ଆଡ଼ମିଶନ ପାଇଁ କହିଥିଲେ । କିନ୍ତୁ ସକାଳେ କୋଭିଡ ଟେଷ୍ଟ ପରେ ଆଡ଼ମିଶନ କରାଯିବ ବୋଲି ଉପସ୍ଥିତ ଡ଼କ୍ଟର କହିଥିଲେ । ଦୀର୍ଘ ସମୟ ଧରି ଅପେକ୍ଷା ପରେ ସେ ନିରାଶ ହୋଇ କମଳା ହସ୍ପିଟାଲରେ ଚିକିତ୍ସା ପାଇଁ ସ୍ବାମୀଙ୍କୁ ଭର୍ତ୍ତି କରିଥିଲେ । ଚିକିତ୍ସାରେ ବିଳମ୍ବ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପତ୍ନୀ । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଳମ୍ବିତ ରାତିରେ ଆସୁଥିବା ରୋଗୀଙ୍କ ଭର୍ତ୍ତି ପୂର୍ବରୁ କୋଭିଡ ଟେଷ୍ଟ ବ୍ୟବସ୍ଥା ନ ଥିବା ଜିଲା ସ୍ବାସ୍ଥ୍ୟ ସେବାର ଅବହେଳାକୁ ପଦାରେ ପକାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details