ଓଡିଶା

odisha

ETV Bharat / state

ଦୁଷ୍କର୍ମ ଅଭିଯୁକ୍ତକୁ ସୁରକ୍ଷା ଦେଉଛି ନିମାପଡ଼ା ଥାନା ପୋଲିସ ! ଅଭିଯୁକ୍ତ ଗିରଫ ଦାବିରେ ଏସପି ଅଫିସ ଘେରାଉ - ପୋଲିସ ନାଁରେ ଅଭିଯୋଗ

Protest in Puri: ଅନୁସୂଚିତ ଜାତିର ମହିଳାଙ୍କ ସୁରକ୍ଷା ଦିଗରେ ପୁରୀ ପୋଲିସ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ପୁରୀ ଏସପିଙ୍କ ଅଫିସ ଆଗରେ ବିକ୍ଷୋଭ କରାଯାଇଛି । ଅଧିକ ପଢନ୍ତୁ

Protest in Puri
ପୋଲିସ ନାଁରେ ଅଭିଯୋଗ

By ETV Bharat Odisha Team

Published : Dec 29, 2023, 10:03 PM IST

ପୋଲିସ ନାଁରେ ଅଭିଯୋଗ

ପୁରୀ: ଦୁଷ୍କର୍ମ ଅଭିଯୁକ୍ତକୁ ସୁରକ୍ଷା ନିମାପଡା ଥାନା ପୋଲିସ ସୁରକ୍ଷା ଦେଉଥିବା ଅଭିଯୋଗ । ପୋଲିସ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବିରେ ପୁରୀ ଏସପିଙ୍କ ଅଫିସ ଘେରାଉ । ଅନୁସୂଚିତ ଜାତିର ମହିଳାଙ୍କ ସୁରକ୍ଷା ଦିଗରେ ପୁରୀ ପୋଲିସ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ପୁରୀ ଏସପିଙ୍କ ଅଫିସ ଆଗରେ ଆମ୍ବେଦକର ରାଇଟ ସଲିଡାରିଟି ଫୋରମ୍ ପକ୍ଷରୁ ଗଠିତ ମିଳିତ ମଞ୍ଚ ବିକ୍ଷୋଭ ଓ ପ୍ରତିବାଦସଭା କରିଛି। ତୁରନ୍ତ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତକୁ ଗିରଫ ସହ ଅଭିଯୁକ୍ତକୁ ସୁରକ୍ଷା ଦେଇଥିବା ନିମାପଡ଼ା ପୋଲିସ ବିରୋଧରେ ପୁରୀ ଏସପି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି। ନଚେତ ଆଗାମୀ ଦିନରେ ବ୍ୟାପକ କରାଯିବା ନେଇ ଚେତାବନୀ ଦେଇଛି ମଞ୍ଚ।

ଅଭିଯୋଗ ଅନୁଯାୟୀ, ଗତ ନଭେମ୍ବର 3 ତାରିଖରେ ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଧୀନସ୍ଥ ମଣିଜଙ୍ଗରେ ଜଣେ ଅନୁସୂଚିତ ଜାତିର ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିଲା । ମହିଳା ଜଣକ ନିଜ ନାବାଳକ ପୁଅ ସହ ରହୁଥିବାବେଳେ ମଣିଜଙ୍ଗ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ପ୍ରକାଶ ପରିଡା ନାମକ ଜଣେ କର୍ମଚାରୀ ଦୁଷ୍କର୍ମ ଉଦ୍ୟମ କରିଥିଲା। ମହିଳା ଜଣଙ୍କ ଏହା ବିରୋଧ କରିବାରୁ ଅଭିଯୁକ୍ତଏକ କାଠ ଫାଳିଆରେ ମହିଳା ଓ ତାଙ୍କ ପୁଅକୁ ମରଣାନ୍ତକ ଆକ୍ରମଣ କରିଥିଲା। ଏନେଇ ମହିଳା ନିମାପଡ଼ା ଥାନାରେ ଏତଲା ଦେଇଥିଲେ। ଥାନାରେ ମାମଲା ରୁଜୁ ହୋଇଥଲା। ପରେ ଅଭିଯୁକ୍ତକୁ ଚାକିରିରୁ ନିଲମ୍ବିତ କରାଯାଇଥିଲାବେଳେ ପୋଲିସ କିନ୍ତୁ ଗିରଫ କରିନଥିଲା।

ପରେ ଅଭିଯୁକ୍ତ ଅନ୍ତରୀଣ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଇଥିଲେ ମଧ୍ୟ ଜାମିନ ଅଗ୍ରାହ୍ୟ ହୋଇଥଲା। "ନିମାପଡ଼ା ଅତିରିକ୍ତ ଦୌରା ଜଜଙ୍କ କୋର୍ଟରେ ଆତ୍ମ ସମର୍ପଣ କରିବାକୁ ଅଭିଯୁକ୍ତକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ହେଲେ ଅଭିଯୁକ୍ତ ହାଇକୋର୍ଟଙ୍କ ଆଦେଶକୁ ବେଖାତିର କରି ଆତ୍ମ ସମର୍ପଣ କରିନଥିଲା। ତେବେ ଆଶ୍ଚର୍ଯ୍ୟର ବିଷୟ ପୋଲିସ ଗିରଫ ନକରି ଦୁଷ୍କର୍ମ ଅଭିଯୁକ୍ତକୁ ଥାନାରେ ସୁରକ୍ଷା ଦେଇଥିଲା । ପରେ ଅଭିଯୁକ୍ତ ପୁଣି ଗତ 25 ଡିସେମ୍ବରରେ ଉକ୍ତ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ଏନେଇ ପୀଡ଼ିତା ନିମାପଡ଼ା ଥାନାରେ ଏତଲା ଦେଇଥିବାବେଳେ ପୋଲିସ ଅଭିଯୁକ୍ତକୁ ଗିରଫ ତ ଦୂରର କଥା ମାମଲା ମଧ୍ୟ ରୁଜୁ କଲା ନାହିଁ। ତେବେ ଏହା ହେଉଛି ରାଜ୍ୟର 5T ଶାସନର ନମୁନା କି ?" ବୋଲି ଆମ୍ବେଦକର ରାଇଟ ସଲିଡାରିଟି ଫୋରମ୍ ପକ୍ଷରୁ ଗଠିତ ମିଳିତ ମଞ୍ଚ ପକ୍ଷରୁ ପ୍ରଶ୍ନ କରାଯାଇଛି।

ଏହା ବି ପଢନ୍ତୁ...ରାୟଗଡ଼ାରେ ଦିବ୍ୟାଙ୍ଗ ଝିଅ ହତ୍ୟା ଘଟଣା, ସିବିଆଇ ତଦନ୍ତ ଦାବି କଲା ବିଜେପି

ରାଜ୍ୟ ସରକାର ଗାଁକୁ କାମ ମା' କୁ ସମ୍ମାନ ନାରା ଦେଉଥିବାବେଳେ ସରକାରୀ କଳର ଏହା କି ସମ୍ମାନ ବୋଲି ସଂଘ ପ୍ରଶ୍ନ କରିଛି । ତେବେ ପୁରୀ ନିମାପଡ଼ା ପୋଲିସ୍ ର ଏହି କୁତ୍ସିତ କାର୍ଯ୍ୟ ବିଷୟ ରେ ପୁରୀ ଏସପି ଅବଗତ ଅଛନ୍ତି କି ନାହିଁ ସଂଘ ପ୍ରଶ୍ନ କରିଛି। ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରିବାକୁ ଚେତାବନୀ ଦେଇଛି ସଂଘ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details