ବ୍ରହ୍ମଗିରି: ତେଜିଲା ନାମ ତାଲିକା ତାତି । ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ । ବାତ୍ୟା ଫନିରେ ଘର ଭଙ୍ଗା ସହାୟତା ପାଇଁ ପ୍ରକାଶ ପାଇଥିବା ତାଲିକାରେ ଅନିୟମିତତା ଅଭିଯୋଗରେ ପୁରୀ ସାତପଡା ଜାତୀୟ ରାଜପଥକୁ ଅବରୋଧ କରାଯାଇଛି ।
କୃଷ୍ଣପ୍ରସାଦ ବ୍ଲକର ଗୋପୀନାଥପୁର ଗ୍ରାମବାସୀ ରାସ୍ତା ଅବରୋଧ କରିବା ସହ ନିର୍ଭୁଲ ତାଲିକା ପ୍ରସ୍ତୁତ ପାଇଁ ଦାବି ରଖିଛନ୍ତି । ତେବେ ଗତ ଶୁକ୍ରବାର ଅଣ ତିରିଶ ଗ୍ରାମରେ ଖୋଦ ବ୍ରହ୍ମଗିରି ତହସିଲଦାରଙ୍କୁ ହଟହଟା ହେବାକୁ ପଡ଼ିଥିଲା ।