ଓଡିଶା

odisha

ETV Bharat / state

ଲୁଲୁ ପରିବାର ବିରୋଧରେ ମିଥ୍ୟା ଖବର ପ୍ରକାଶିତ ଅଭିଯୋଗ; ଲୁଲୁସେନା ଓ ବିଜେପିର ପ୍ରତିବାଦ - protest against former mla sanjaya das barma

ଲୁଲୁ ପରିବାର ବିରୋଧରେ ନିର୍ଦ୍ଦିଷ୍ଟ ଖବରକାଗଜରେ ପ୍ରକାଶିତ ଖବରକୁ ନେଇ ଲୁଲୁସେନା ଓ ବିଜେପିର ପ୍ରତିବାଦ । ଏହି ଖବର ପଛରେ ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ହାତ ଥିବା ଦର୍ଶାଇ କୁଶପୁତ୍ତଳିକା ଦାହ କରିଛନ୍ତି ଉଭୟ ଦଳ ।

ଡିଜାଇନ ଫଟୋ

By

Published : Nov 3, 2019, 7:10 PM IST

ବ୍ରହ୍ମଗିରି: କଂଗ୍ରେସ ନେତା ସ୍ବର୍ଗତଃ ଲୁଲୁ ମହାପାତ୍ରଙ୍କ ପରିବାର ବିରୋଧରେ ନିର୍ଦ୍ଦିଷ୍ଟ ଖବର କାଗଜରେ ପ୍ରକାଶିତ ଖବରକୁ ନେଇ ଲୁଲୁସେନା ଓ ବିଜେପିର ପ୍ରତିବାଦ । ସ୍ବର୍ଗତ ଲୁଲୁଙ୍କ ପତ୍ନୀ ନମିତା ସାହୁଙ୍କ ବାବଦରେ ଏକ ଦୈନିକ ଖବରକାଗଜ ମିଥ୍ୟା ଖବର ପ୍ରକାଶିତ କରିଥିବା ଅଭିଯୋଗ କରି ଏମାନେ ପ୍ରତିବାଦ କରିଛନ୍ତି ।

ଲୁଲୁ ପରିବାର ବିରୋଧରେ ମିଥ୍ୟା ଖବର ପ୍ରକାଶିତ ଅଭିଯୋଗ; ଲୁଲୁସେନା ଓ ବିଜେପିର ପ୍ରତିବାଦ

ଏହାସହ ଖବର ପଛରେ ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ହାତ ଥିବା ଅଭିଯୋଗ କରି ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରାରେ ବ୍ରହ୍ମଗିରି ଥାନା ପର୍ଯ୍ୟନ୍ତ ଯାଇଥିଲେ ଉଭୟ ଦଳ । ସେଠାରେ ସଞ୍ଜୟ ଦାସବର୍ମା ଓ ସମ୍ପୃକ୍ତ ଖବରକାଗଜ ସମ୍ବାଦଦାତାଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି । ଏଥି ସହିତ ତାଙ୍କର କୁଶପୁତ୍ତଳିକା ଦାହ କରିବା ସହ ସମ୍ପୃକ୍ତ ଖବରକାଗଜର ଅନେକ କପିକୁ ଜାଳିଛନ୍ତି ବିକ୍ଷୋଭକାରୀ ।

ଏହି ଖବର ପ୍ରକାଶିତ ପରେ ତାଙ୍କ ପରିବାରର ମର୍ଯ୍ୟାଦା କ୍ଷୂର୍ଣ୍ଣ ହେଉଥିବା ସହ ନମିତା ମାନସିକ ରୂପେ ଆଘାତ ପାଇଥିବା ଲୁଲୁସେନା ଓ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details