ପୁରୀ: କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ। ଗୋପରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନଙ୍କ ସହ ସିପିଆଇ ଦଳର ନେତା ଓ କର୍ମୀମାନେ ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଦେଶର ବିଭିନ୍ନ ଅଞ୍ଚଳରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକରଣ (ଏନଆରସି) ବିରୋଧରେ ପ୍ରତିବାଦ ଦେଖିବାକୁ ମିଳୁଛି । କେନ୍ଦ୍ର ସରକାରଙ୍କ ଦ୍ବାରା ଗୃହୀତ ସିଏଏ ବିରୋଧରେ ଏବଂ ପ୍ରତ୍ୟାହାର ଦାବି ନେଇ ଶୁକ୍ରବାର ଅପରାହ୍ନ ୩ଟା ରେ ଗୋପ, ନିମାପଡ଼ା, କାକଟପୁର ଅଞ୍ଚଳର ହଜାର ହଜାର ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନଙ୍କ ସହ ଗୋପ ଜୋନର ସିପିଆଇ ଦଳ ନେତା ଓ କର୍ମୀମାନେ ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।