ଓଡିଶା

odisha

ETV Bharat / state

Blue Flag Beach Project: ଆଲୋଚନା ପରେ କାର୍ଯ୍ୟ କରାଯିବ କହିଲେ ଜିଲ୍ଲାପାଳ - ପୁରୀ ବ୍ଲୁ ଫ୍ଲାଗ ବିଚ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା

ଚକ୍ର ତୀର୍ଥ ବିଚରେ ବ୍ଲୁ ଫ୍ଲାଗ ବିଚ ପ୍ରକଳ୍ପକୁ ବିରୋଧ ପ୍ରସଙ୍ଗ । ସମସ୍ତଙ୍କ ସହ ଆଲୋଚନା କରି କାର୍ଯ୍ୟ କରାଯିବ ବୋଲି କହିଲେ ପୁରୀ ଜିଲ୍ଲାପାଳ । ଅଧିକ ପଢନ୍ତୁ

blue flag beach project: ଆଲୋଚନା ପରେ କାର୍ଯ୍ୟ କରାଯିବ କହିଲେ ଜିଲ୍ଲାପାଳ
blue flag beach project: ଆଲୋଚନା ପରେ କାର୍ଯ୍ୟ କରାଯିବ କହିଲେ ଜିଲ୍ଲାପାଳ

By

Published : Dec 17, 2021, 10:29 PM IST

ପୁରୀ: ପୁରୀର ଚକ୍ରତୀର୍ଥ ରୋଡ଼ ବେଳାଭୂମିରେ ବ୍ଲୁ ଫ୍ଲାଗ ବିଚ ନିର୍ମାଣକୁ ମତ୍ସ୍ୟଜୀବୀ, ଉଠା ଦୋକାନୀ ମାନେ ଦୃଢ଼ ବିରୋଧ କରିବା ସହ ଏନେଇ ଚାଲିଥିବା କାର୍ଯ୍ୟକୁ ବନ୍ଦ କରିଛନ୍ତି । ବ୍ଲୁ ଫ୍ଲାଗ ବିଚ ହେଲେ ତାଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ ଏବଂ ସେମାନେ ଜୀବିକା ହରାଇ ଅସୁବିଧାରେ ପଡିବେ ବୋଲି ଅଭିଯୋଗ ହୋଇଛି ।

blue flag beach project: ଆଲୋଚନା ପରେ କାର୍ଯ୍ୟ କରାଯିବ କହିଲେ ଜିଲ୍ଲାପାଳ

ତେବେ କାର୍ଯ୍ୟ ନେଇ ବିବାଦ ଓ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ପୁରୀ ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଚକ୍ରତୀର୍ଥ ବେଳାଭୂମିରେ ଚାଲିଥିବା କାର୍ଯ୍ୟ ବ୍ଲୁ ଫ୍ଲାଗ ବିଚ ପାଇଁ ନୁହେଁ । ବେଳାଭୂମିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଉଭୟ ପର୍ଯ୍ୟଟକ ଓ ଉଠା ଦୋକାନୀଙ୍କ ସୁବିଧା ପାଇଁ କାର୍ଯ୍ୟ କରାଯାଉଛି । ସେଠାରେ ଟଏଲେଟ, ପୋଷାକ ବଦଲାଇବା ଗୃହ, ପାନୀୟ ଜଳ ବ୍ୟବସ୍ଥା, ଆଲୋକ ବ୍ୟବସ୍ଥା ସମେତ ଫୁଟପାଥ ନିର୍ମାଣ ହେବ । ଏନେଇ ସବୁ ବର୍ଗର ଲୋକଙ୍କ ସହ ଆଲୋଚନା ହୋଇଛି । ଯେଉଁମାନେ ବିରୋଧ କରୁଛନ୍ତି ପ୍ରକୃତ ଘଟଣା ବୁଝିନାହାନ୍ତି ।

ତେବେ ଆପତ୍ତି ଅଭିଯୋଗ ଥିବା ବ୍ୟକ୍ତି ବିଶେଷଙ୍କ ସହ ପ୍ରଶାସନ ପୁଣି ଆଲୋଚନା କରି ବିଚ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।



ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details