ଓଡିଶା

odisha

ETV Bharat / state

ସୁଷମାଙ୍କ ଆତ୍ମାର ସଦଗତି ପାଇଁ ମହାପ୍ରଭୁଙ୍କୁ ଦର୍ଶନ କଲେ ରାଜ୍ୟପାଳ - ଶ୍ରୀ ଗଣେଶି ଲାଲ

ସୁଷମା ସ୍ବରାଜଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ । ସୁଷମାଙ୍କ ବିୟୋଗରେ ସେ ଗଭୀର ମର୍ମାହତ ବୋଲି କହିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Aug 7, 2019, 5:19 PM IST

ପୁରୀ: ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ବିଶେଷ କରି ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁଙ୍କ ନିକଟରେ ସେ ପ୍ରାର୍ଥନା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

କିଛି ସମୟ ସେ କଳ୍ପବଟ ମୂଳରେ ବସି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ। ସ୍ବର୍ଗତ ସୁଷମା ସ୍ବରାଜ ତାଙ୍କର ପ୍ରିୟ ଭଉଣୀ ଥିଲେ। ତାଙ୍କର ବିୟୋଗରେ ସେ ଗଭୀର ମର୍ମାହତ ବୋଲି କହିଛନ୍ତି। ଭଗବାନ ତାଙ୍କ ଭଳି ଜଣେ ସୁନ୍ଦର ମଣିଷଙ୍କୁ ଜନ୍ମ ଦେଇଥିଲେ। ସେ ସୁନ୍ଦର ମଣିଷକୁ ଠାକୁର ନିଜ ପାଖକୁ ନେଇ ଯାଇଥିବା ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ କହିଛନ୍ତି।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details