ପୁରୀ :ଘୋଷଯାତ୍ରା ଶେଷ ହେବା ପରେ ଏବେ ରଥଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ କ୍ରମେ ଆଜିଠାରୁ ସିଂହଦ୍ବାର ସମ୍ମୁଖରେ ଦଣ୍ତାୟମାନ ଥିବା ତିନିରଥ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି । ବିଶ୍ଵକର୍ମା ମହାରଣାଙ୍କ ତତ୍ତ୍ଵାବଧାନରେ ଭୋଇ ସେବକମାନେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରିଛନ୍ତି । ୧୦ ଜଣ ଭୋଇ ସେବକ ରଥ ଭାଙ୍ଗିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଦର୍ପଦଳନ ରଥ ଭାଙ୍ଗିବା ନିମନ୍ତେ ୭ଦିନ ଲାଗିବ । ଏହାପରେ ତାଳଧ୍ଵଜ ଏବଂ ଶେଷରେ ନନ୍ଦିଘୋଷ ରଥ ଭଙ୍ଗା କାର୍ଯ୍ୟ କରାଯିବ।
ପୁରୀରେ ରଥଭଙ୍ଗା କାର୍ଯ୍ୟ ଆରମ୍ଭ: ପ୍ରଥମ ଦିନରେ ଭଙ୍ଗାଗଲା ଦର୍ପଦଳନ - ପୁରୀରେ ରଥଭଙ୍ଗା କାର୍ଯ୍ୟ ଆରମ୍ଭ
ଆଜିଠାରୁ ଆରମ୍ଭ ହୋଇଛି ରଥ ଭଙ୍ଗା କାର୍ଯ୍ୟ । ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଆଜି ଭୋଇ ଏବଂ ମହାରଣା ସେବକମାନେ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ
ପୁରୀରେ ରଥଭଙ୍ଗା କାର୍ଯ୍ୟ ଆରମ୍ଭ:ପ୍ରଥମ ଦିନରେ ଭଙ୍ଗାଗଲା ଦର୍ପଦଳନ
ଗୋଟିଏ ଗୋଟିଏ ରଥକୁ ସମ୍ପୂର୍ଣ ରୂପେ ଭାଙ୍ଗିବା ପାଇଁ ୭ରୁ ୮ ଦିନ ସମୟ ଲାଗିବ । ରଥ ସମ୍ପୂର୍ଣ୍ଣ ଭଙ୍ଗାଯିବା ପରେ ମହାରଣ ସେବାୟତମାନେ ସେମାନଙ୍କ ପ୍ରାପ୍ୟ ବାବଦକୁ କିଛି କାଠ ନେବେ । ବଳକା ସମସ୍ତ କାଠ ଗୁଡ଼ିକ ଶ୍ରୀମନ୍ଦିର ପ୍ରଶାସନର ଜିମା ଦିଆଯିବ । ଏହି ରଥ କାଠ ଶ୍ରୀମନ୍ଦିର ରୋଷଶାଳାରେ ମହାପ୍ରଭୁଙ୍କ କୋଠ ଭୋଗ ପ୍ରସ୍ତୁତିରେ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି ।
ଇଟିଭି ଭାରତ,ପୁରୀ