ବ୍ରହ୍ମଗିରି:ଆଜି ବ୍ରହ୍ମଗିରି ଅଲାରନାଥ ମନ୍ଦିରରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା । ନୂଆବର୍ଷ କଟକଣାକୁ ଦୃଷ୍ଟିରେ ରଖି ମନ୍ଦିରରେ ଭକ୍ତ ଦର୍ଶନ ବନ୍ଦ କରାଯାଇଥିଲା । ହେଲେ ଏଠାରେ ଦେଖା ଯାଇଥିଲା ଓଲଟା ଦୃଶ୍ୟ ।
ମନ୍ଦିରରେ ତହସିଲଦାର ଏବଂ ଥାନା ଅଧିକାରୀଙ୍କ ଉପସ୍ଥିତିରେ ମନ୍ଦିର ସାମ୍ନାରେ ପୋଷ୍ଟର ମାରି ତିନି ଦିନ ପାଇଁ 144 ଘୋଷଣା କରାଯାଇଥିଲା। ହେଲେ ପ୍ରଶାସନର ନିଷ୍ପତ୍ତିକୁ ମନ୍ଦିର ସେବାୟତ ନିଯୋଗ ବିରୋଧ କରିଥଲେ । ବିନା ଆଲୋଚନାରେ ପ୍ରଶାସନର ଏପରି କାର୍ଯ୍ୟକୁ ସେମାନେ ନିନ୍ଦା ପ୍ରକାଶ କରି ପ୍ରଶାସନ ସାମ୍ନାରେ ମନ୍ଦିରର ମୁଖ୍ୟ ଫାଟକ ଖୋଲି ଦେଇଥିଲେ। ଯାହା ଫଳରେ ଆଜି ନୂଆବର୍ଷରେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।