ଓଡିଶା

odisha

By

Published : Feb 19, 2022, 7:17 AM IST

Updated : Feb 19, 2022, 9:29 AM IST

ETV Bharat / state

ଆଜି ଆସୁଛନ୍ତି ରାଷ୍ଟ୍ରପତି: ଅପେକ୍ଷାରେ ରାଜଭବନ, ସୁରକ୍ଷା ବ୍ୟବସ୍ଥା କଡାକଡି

ଆଜି ପୁରୀ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବାକୁ ସଜେଇ ହୋଇଛି ପୁରୀ । ଅପେକ୍ଷା କରିଛି ରାଜଭବନ । ଅଧିକ ପଢନ୍ତୁ

ରାଷ୍ଟ୍ରପତି ଗସ୍ତ ନେଇ ପ୍ରସ୍ତୁତି ଚୂଡାନ୍ତ: ସୁରକ୍ଷା ନେଇ ହେଲା ମକଡ୍ରିଲ
ରାଷ୍ଟ୍ରପତି ଗସ୍ତ ନେଇ ପ୍ରସ୍ତୁତି ଚୂଡାନ୍ତ: ସୁରକ୍ଷା ନେଇ ହେଲା ମକଡ୍ରିଲ

ପୁରୀ:ଆଜିଠୁ ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି(ଶନିବାର) ରାଷ୍ଟ୍ରପତି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ୨୦ ତାରିଖରେ ଗୌଡିୟ ମଠ ଏବଂ ମିଶନର ସଂସ୍ଥାପକ ଶ୍ରୀଳ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ ତମ ବର୍ଷପୁର୍ତ୍ତୀ ଆବିର୍ଭାବ ଦିବସ ଉପଲକ୍ଷେ ତ୍ରିବର୍ଷ ବ୍ୟାପି ପାଳନ ଉତ୍ସବରେ ଯୋଗଦେବେ । ରାଷ୍ଟ୍ରପତିଙ୍କ ରହଣି ସ୍ଥଳ ପୁନର୍ବାର ପରିବର୍ତ୍ତନ କରାଯାଇଛି ।

ଆଜି ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଅତିରିକ୍ତ ଡିଜି

ଘରୋଇ ହୋଟେଲ ପରିବର୍ତ୍ତେ ରାଜଭବନରେ ଅବସ୍ଥାନ କରିବେ ରାଷ୍ଟ୍ରପତି । ସେପଟେ ସୁରକ୍ଷା ବ୍ୟବସ୍ଥାକୁ ନେଇ ମକଡ୍ରିଲ କରାଯାଇଛି । ତାଳବଣିଆ ହେଲିପ୍ୟାଡରୁ କାରକେଟ ବାହାରି ରାଜଭବନ ଆଉ ତାପରେ ଶ୍ରୀମନ୍ଦିରରେ ପହଞ୍ଚିଥିଲା । ମକଡ୍ରିଲ ସହ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଅତିରିକ୍ତ ଡିଜି ।

ରାଷ୍ଟ୍ରପତିଙ୍କ ଦୁଇଦିନିଆ ପୁରୀ ଗସ୍ତକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ହେଲିପ୍ୟାଡ଼ ଠାରୁ ଆରମ୍ଭ କରି ରାଜଭବନ ଓ ରାଜଭବନରୁ ଭିଆଇପି ରୋଡ ଦେଇ ମେଡିକାଲ ଛକ ଓ ଶ୍ରୀମନ୍ଦିର ପର୍ଯ୍ୟନ୍ତ କରାଯାଇଛି କାର୍କେଡ଼ର ମକଡ୍ରିଲ । ପରେ କ୍ୟାରକେଡ୍ ଶ୍ରୀମନ୍ଦିରରୁ ବାହାରି ଗୌଡିୟ ମଠ ଏବଂ ସିଧାସଳଖ ଶରଧାବାଲିରେ ପହଞ୍ଚିବା ପରେ ସେଠାରେ ବରିଷ୍ଠ ପୋଲିସ ଅଧିକାରୀ ମାନେ ସଭା ସ୍ଥଳର ଅନୁଧ୍ୟାନ କରିଥିଲେ ।

ସେପଟେ ବମ୍ବେ ସ୍କୁଆଡ଼, ଆଣ୍ଟି ସାବଟେଜ ଟିମ ସଭାସ୍ଥଳରେ ଯାଞ୍ଚ କରିଛନ୍ତି । ଅନ୍ୟପଟରେ ସୁରକ୍ଷା ଦୃଷ୍ଟିରୁ 40 ପ୍ଲାଟୁନ ଫୋର୍ସ ଓ 200 ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ହେଲିପ୍ୟାଡ଼ ଠାରୁ ଆରମ୍ଭ କରି ବଡଦାଣ୍ଡ ଓ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡିଂ କରାଯାଇଛି । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ସୃଙ୍ଖଳିତ ଓ ସୁରକ୍ଷିତ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଅତରିକ୍ତ ଡିଜି । ତାଳବଣିଆସ୍ଥିତ ହେଲିପ୍ୟାଡ୍ ଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ରୁଟଚାର୍ଟର ପ୍ରତ୍ୟେକଟି ଦିଗକୁ ନେଇ ଶୁକ୍ରବାର ହୋଇଛି କ୍ୟାରକେଡ୍ ରିହରସଲ୍ ।


ରାଷ୍ଟ୍ରପତିଙ୍କ ଗସ୍ତସୂଚୀ ଅନୁଯାୟୀ, ଆଜି(ଶନିବାର) ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ସିଧାସଳଖ ରାଜଭବନ ଯିବେ । କିଛି ସମୟ ଅବସ୍ଥାନ କରିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ତେବେ ରାଷ୍ଟ୍ରପତି ୧୯ ତାରିଖ ଅପରାହ୍ନ ୨.୪୫ରେ ଭୁବନେଶ୍ୱର ବିମାନବନ୍ଦର ଓ ୩.୨୫ରେ ପୁରୀ ହେଲିପ୍ୟାଡରେ ପହଞ୍ଚି ରାଜଭବନରେ ଅବସ୍ଥାନ କରିବେ । ତା’ପରେ ୫ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ୫.୪୫ରେ ଶ୍ରୀମନ୍ଦିରରୁ ପ୍ରତ୍ଯାବର୍ତ୍ତନ କରିବେ । ଶ୍ରୀମନ୍ଦିର ଭିତରେ ସେ ୪୫ ମିନିଟ ଦର୍ଶନ କାର୍ଯ୍ୟକ୍ରମ ରହିଛି ।

୨୦ ତାରିଖ ସକାଳ ୧୦.୩୫ରେ ଗୌଡିୟ ମଠ ପରିଦର୍ଶନ କରି ଆଳତୀ କାର୍ଯ୍ୟକ୍ରମରେ ଯୋଗଦେବେ । ପରେ ପୂର୍ବାହ୍ନ ୧୧ଟାରେ ଶରଧାବାଲିରେ ଆୟୋଜିତ ତ୍ରିବର୍ଷୀୟ ଶ୍ରୀଚୈତନ୍ୟ ଗୌଡିୟ ମଠର ପ୍ରତିଷ୍ଠାତା ଶ୍ରୀଲ ପ୍ରଭୁପାଦଙ୍କ ୧୫୦ତମ ଜୟନ୍ତୀ କାର୍ଯ୍ଯକ୍ରମକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ରହଣିସ୍ଥଳକୁ ପରିବର୍ତ୍ତନ କରାଯାଇଛି । ଏକ ଘରୋଇ ହୋଟେଲ୍ ପରିବର୍ତ୍ତେ ରାଷ୍ଟ୍ରପତି ରାଜଭବନରେ ଅବସ୍ଥାନ କରିବେ । ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 19, 2022, 9:29 AM IST

ABOUT THE AUTHOR

...view details