ଓଡିଶା

odisha

By

Published : Feb 20, 2022, 10:44 AM IST

Updated : Feb 20, 2022, 11:30 AM IST

ETV Bharat / state

ଶ୍ରୀକ୍ଷେତ୍ରରେ ମହାମହିମ, ଆଜି ବିଶ୍ୱ ବୈଷ୍ଣବ ସମ୍ମିଳନୀର କରିବେ ଉଦଘାଟନ

ଶନିବାର ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ଆଜିଠାରୁ ଆରମ୍ଭ ହୋଇଥିବା ତ୍ରିଦିବସୀୟ ବିଶ୍ବ ବୈଷ୍ଣବ ସମ୍ମିଳନୀ ତଥା ଗୌଡୀୟ ମିଶନର ପ୍ରତିଷ୍ଠାତାଙ୍କ ୧୫୦ତମ ଜୟନ୍ତୀ ସମାରୋହରେ ଯୋଗ ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୂର୍ବହ୍ନ ୧୧ଟାରେ ଶରଧାବାଲିରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ରାଷ୍ଟ୍ରପତି । ଅଧିକ ପଢନ୍ତୁ

ଶ୍ରୀକ୍ଷେତ୍ରରେ ମହାମହିମ, ଆଜି ବିଶ୍ୱ ବୈଷ୍ଣବ ସମ୍ମିଳନୀର କରିବେ ଉଦଘାଟନ
ଶ୍ରୀକ୍ଷେତ୍ରରେ ମହାମହିମ, ଆଜି ବିଶ୍ୱ ବୈଷ୍ଣବ ସମ୍ମିଳନୀର କରିବେ ଉଦଘାଟନ

ପୁରୀ: ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଶନିବାର ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ଆଜିଠାରୁ ଆରମ୍ଭ ହୋଇଥିବା ତ୍ରିଦିବସୀୟ ବିଶ୍ବ ବୈଷ୍ଣବ ସମ୍ମିଳନୀ ତଥା ଗୌଡୀୟ ମିଶନର ପ୍ରତିଷ୍ଠାତାଙ୍କ ୧୫୦ତମ ଜୟନ୍ତୀ ସମାରୋହରେ ଯୋଗ ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୂର୍ବହ୍ନ ୧୧ଟାରେ ଶରଧାବାଲିରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ରାଷ୍ଟ୍ରପତି ।

ଶ୍ରୀକ୍ଷେତ୍ରରେ ମହାମହିମ, ଆଜି ବିଶ୍ୱ ବୈଷ୍ଣବ ସମ୍ମିଳନୀର କରିବେ ଉଦଘାଟନ

ସକାଳ ସାଢ଼େ ଦଶଟା ବେଳେ ରାଷ୍ଟ୍ରପତି ପୁରୀ ରାଜଭବନରୁ ବାହାରି ବଡ଼ଦାଣ୍ଡସ୍ଥିତ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠରେ ପହଞ୍ଚିବେ । ମଠ ଆରଧ୍ୟା ଦେବତାଙ୍କୁ ଆଳତି ଓ ପୁଷ୍ପାଞ୍ଜଳି ପର୍ବରେ ରାଷ୍ଟ୍ରପତି ସାମିଲ ହେବ। ସେଠାରୁ ୧୦ଟା୫୦ରେ ଶରଧାବାଲି ଯାଇ ସାଧୁ ସମ୍ମିଳନୀରେ ଏକ ଘଣ୍ଟା ଧରି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଗୌଡୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକୀର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ।

ଏହାପରେ ରାଷ୍ଟ୍ରପତି ଶରଧାବାଲିରୁ ପୁରୀ ହେଲିପ୍ୟାଡ୍‌ ଅଭିମୁଖେ ଦିନ ୧୨ଟା ୧୫ରେ ବାହାରିବେ । ୧୨ଟା ୪୫ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ୧୨ଟା ୫୫ରେ ସ୍ବତନ୍ତ୍ର ବିମାନରେ ବିଶାଖାପାଟଣା ଯିବେ । ଗସ୍ତ ସମୟରେ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ସହ ୨ ଶହ ଅଧିକାରୀ ମୁତୟନ ହୋଇଛନ୍ତି। ଗୌଡୀୟ ମଠ ପରିସରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତି କୋବିନ୍ଦ ତୃତୀୟ ଥର ପାଇଁ ପୁରୀ ଗସ୍ତରେ ଆସିଛନ୍ତି ।

ବିଶ୍ବ ବୈଷ୍ଣବ ସମ୍ମିଳନୀ ପ୍ରଥମ ଦିନରେ ଅନୁଗତମାନେ ଶ୍ରୀକ୍ଷେତ୍ରରେ ନଗର ପରିକ୍ରମା କରିଥିଲେ । ସମୁଦ୍ରକୂଳର ଶ୍ରୀପୁରୁଷୋତ୍ତମ ମଠରୁ ସମୁଦ୍ରକୂଳ ଶ୍ରୀପୁରୁଷୋତ୍ତମ ମଠରୁ ସମୁଦ୍ରକୂଳ, ଆଚାର୍ଯ୍ୟ ହରିହର ଛକ, ପୋଷ୍ଟ ଅଫିସ ଛକ, ଗୋପବନ୍ଧୁ ଆୟୁର୍ବେଦ ହସପିଟାଲ ଛକ, ମେଡିକାଲ ଛକ ଦେଇ ଶ୍ରୀଲ ପ୍ରଭୁବାଦଙ୍କ ଆବିର୍ଭାବ ସ୍ଥାନ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠରେ ପହଞ୍ଚିଥିଲା । ସନ୍ଧ୍ୟାର ଶରଧାବାଲି ନିକଟ ଆଇତୋଟାସ୍ଥିତ ଏକ ଆଶ୍ରମରେ ବିଶ୍ବ ବୈଷ୍ଣବ ସମ୍ମିଳନୀର ଅଧିବାସ ସଭା ଅନୁଷ୍ଠିତ ହୋଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Last Updated : Feb 20, 2022, 11:30 AM IST

ABOUT THE AUTHOR

...view details