ପୁରୀ : ବାହୁଡ଼ା ଯାତ୍ରା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ଵାରରେ ଲାଗିଲା ତିନି ରଥ । ଏହି ତିନି ରଥକୁ ଆଜି ମହାପ୍ରଭୁଙ୍କ ଆଜ୍ଞା ମାଳ ବିଜେ ପରେ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ଵାରରେ ଲଗାଯାଇଛି । ତିନି ରଥକୁ ପୋଲିସ୍ କର୍ମଚାରୀ ଓ ଭୋଇ ସେବକ ମାନେ ଗୁଣ୍ଡିଚା ମନ୍ଦୀର ସିଂହ ଦ୍ଵାରରୁ ଟାଣି ଟାଣି ନାକଚଣା ଦ୍ଵାରରେ ଲଗାଇଛନ୍ତି ।
ପୁରୀରେ ଚାଲିଛି ବାହୁଡ଼ା ଯାତ୍ରା ପ୍ରସ୍ତୁତି - ନାକଚଣା ଦ୍ଵାରରେ ଲାଗିଲା ତିନି ରଥ
ଆରମ୍ଭ ହେଲା ବାହୁଡ଼ା ଯାତ୍ରା ପ୍ରସ୍ତୁତି । ନାକଚଣା ଦ୍ଵାରରେ ଲାଗିଲା ତିନି ରଥ । ଅଧିକ ପଢ଼ନ୍ତୁ
ପୁରୀରେ ଚାଲିଛି ବାହୁଡ଼ା ଯାତ୍ରା ପ୍ରସ୍ତୁତି
ପୁରୀରେ ଚାଲିଛି ବାହୁଡ଼ା ଯାତ୍ରା ପ୍ରସ୍ତୁତି
ତେବେ ରଥର ଦକ୍ଷିଣ ମୋଡ଼ର ଦୃଶ୍ୟ ଦେଖିବାକୁ ହଜାର ହଜାର ଭକ୍ତଙ୍କ ଭିଡ ଜମିଥିଲା ସରଧା ବାଲିରେ । ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ନୀତି ପର ଦିନ ରଥ ତ୍ରୟକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ଵାରରେ ଲଗାଯାଏ । ଏଥି ସହ ବାହୁଡ଼ା ଯାତ୍ରା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଥାଏ ।
ଇଟିଭି ଭାରତ, ପୁରୀ