ପୁରୀ:ଆସନ୍ତା 1 ତାରିଖରେ କଂଗ୍ରେସ କରିବ ତୁଳସୀ ଯାତ୍ରା । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା, ରତ୍ନ ଭଣ୍ଡାର ଖୋଲି ମହାପ୍ରଭଙ୍କ ରତ୍ନ ଅଳଙ୍କାର ଗଣତି, ବେଦାନ୍ତ ନେଇଥିବା ଚାଷ ଜମି ଚାଷୀଙ୍କୁ ଫେରସ୍ତ, ପୁରୀ ସହରବାସୀଙ୍କ ଜମିଜମା ସମସ୍ୟାର ସମାଧାନ ଦାବି ରହିଛି । ଏ ସମସ୍ତ ଦାବି ନେଇ କଂଗ୍ରେସ ତୁଳସୀ ଯାତ୍ରା କରିବାକୁ ଯାଉଥିବାବେଳେ ଏହାକୁ ସଫଳ କରିବା ପାଇଁ ପୁରୀ ଜିଲ୍ଲା କଂଗ୍ରେସ ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବରିଷ୍ଠ ନେତା ଶିବାନନ୍ଦ ରାୟ, ପ୍ରସାଦ ହରିଚନ୍ଦନ ଯୋଗ ଦେଇ କାର୍ଯ୍ୟକ୍ରମକୁ କିଭଳି ସଫଳ କରାଯାଇ ପାରିବ ସେନେଇ ଯୋଜନା ପ୍ରସ୍ତୁତ କରିଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଡାକରାରେ ଏହି ତୁଳସୀ ଯାତ୍ରା ଡିସେମ୍ବର 1 ତାରିଖରେ ପୁରୀରେ ଅନୁଷ୍ଠିତ ହେବ ।
ସାରା ରାଜ୍ୟରୁ କଂଗ୍ରେସ କର୍ମୀ ଓ ନେତା ଏହି ତୁଳସୀ ଯାତ୍ରାରେ ସାମିଲ ହେବେ । ଓଡ଼ିଶାର 314 ବ୍ଳକ, 120 ପୌରାଞ୍ଚଳରୁ ତୁଳସୀ ସଂଗ୍ରହ କରାଯିବ । ଏହାକୁ ଭୁବନେଶ୍ଵର ଅଣାଯାଇ ଡିସେମ୍ବର 1 ତାରିଖରେ ଏକ ବିରାଟ ଶୋଭାଯାତ୍ରା ପୁରୀ ଅଭିମୁଖେ ଆସିବ । ପୁରୀ ଶରଧାବାଲିରେ କଂଗ୍ରେସ କର୍ମୀ, ନେତା ଏକାଠି ହୋଇ ଏକ ସଂକୀର୍ତ୍ତନ ମଣ୍ଡଳି ଶ୍ରୀମନ୍ଦିର ଅଭିମୁଖେ ଯିବ। ଏଥିରେ 5 ହଜାର କଂଗ୍ରେସ କର୍ମୀ ସାମିଲ ହେବା ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ସଂଗୃହିତ ତୁଳସୀକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯିବ।
ଏହା ବି ପଢନ୍ତୁ...କଂଗ୍ରେସର ତୁଳସୀ ଯାତ୍ରା, 30ରେ ରାଉରକେଲାରେ ହେବ ତୁଳସୀ ସଂଗ୍ରହ