ପୁରୀ:ପୁରୀ ଜିଲ୍ଲାର 3ଟି ଏନଏସି ନିର୍ବାଚନ ନେଇ ପ୍ରଶାସନର ପ୍ରସ୍ତୁତି । ପୁରୀ ଜିଲ୍ଲାର ନିମାପଡା, ପିପିଲି ଓ କୋଣାର୍କ ବିଜ୍ଞାପିତ ଅଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ନେଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଚଳିତ ଏନଏସି ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳାରେ ହେବ ସେନେଇ ଜିଲ୍ଲାପାଳ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
ତେବେ ପୁରୀ ଏସପିଙ୍କ ସୂଚନା ଅନୁଯାୟୀ, ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପଦକ୍ଷେପ ନିଆ ଯାଉଛି । କେଉଁ କେଉଁ ବୁଥରେ ଅଧିକ ପୋଲିସ ମୁତୟନ କରାଯିବ । କେଉଁ ଅଞ୍ଚଳରେ ନାକା ଲଗାଯିବ ଓ ଅସାମାଜିକ ଲୋକଙ୍କ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ହେବ ସେନେଇ ସବୁ ଥାନା ଅଧିକାରୀଙ୍କୁ କୁହାଯାଇଛି ।