ପୁରୀ: ନରେନ୍ଦ୍ର ପୁଷ୍କରିଣୀରୁ କଢା ହେଲା ନନ୍ଦା ଓ ଭଦ୍ରା ଚାପ । ୨୬ଜଣ ଭୋଇ ସେବକଙ୍କ ସହାୟତାରେ ୫ଟି ଡଙ୍ଗା କଢ଼ାଯାଇଛି । ଆସନ୍ତା ମେ ୧୫ ପବିତ୍ର ଅକ୍ଷୟ ତୃତୀୟାରେ ଏହି ଦୁଇ ଚାପରେ ଜଳକ୍ରୀଡ଼ା କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚପାଣ୍ଡବ।
ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପ୍ରସ୍ତୁତି, ନରେନ୍ଦ୍ର ପୁଷ୍କରିଣୀରୁ କଢା ହେଲା ନନ୍ଦା-ଭଦ୍ରା ଚାପ - ପୁରୀରେ ଚନ୍ଦନ ଯାତ୍ରା ପ୍ରସ୍ତୁତି ଖବର
ଚନ୍ଦନ ଯାତ୍ରା ପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି ପର୍ଯ୍ୟାୟ ଆରମ୍ଭ । ନରେନ୍ଦ୍ର ପୁଷ୍କରିଣୀରୁ କଢାଗଲା ନନ୍ଦା ଓ ଭଦ୍ରା ଚାପ । ଅଧିକ ପଢନ୍ତୁ....
ବାହାର ଚନ୍ଦନ ଯାତ୍ରା ସରିବା ପରେ ବର୍ଷ ତମାମ ଏହି ୫ଟି ଡଙ୍ଗା ନରେନ୍ଦ୍ର ସରୋବରର ଗୋଟିଏ ପାର୍ଶ୍ଵରେ ବୁଡି ରହିଥାଏ । ବିଧି ଅନୁଯାୟୀ ଚୈତ୍ର ପୂର୍ଣ୍ଣିମାରେ ଏ ସମସ୍ତ ଡଙ୍ଗା କଢାଯାଇ ଶୁଖାଯିବା ସହ ଆବଶ୍ୟକ ମରାମତି କରାଯାଇଥାଏ । ଡଙ୍ଗା ଶୁଖିବା ପରେ ରାଳ ବୋଲାଯାଇ ମହାରଣା ସେବକଙ୍କ ଦ୍ୱାରା ଆବଶ୍ୟକ ମରାମତି କରାଯାଇ ଚାପ ଡଙ୍ଗା ପ୍ରସ୍ତୁତ ହୋଇଥାଏ । ଗତବର୍ଷ କୋଭିଡ କଟକଣା ପାଇଁ ଚନ୍ଦନ ଯାତ୍ରା ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଚନ୍ଦନ ଯାତ୍ରା ନେଇ ଆସନ୍ତା ମେ ୬ ତାରିଖରେ ବୈଠକ ବସିବ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ