ଓଡିଶା

odisha

ETV Bharat / state

ନବବର୍ଷରୁ ଆରମ୍ଭ ହେଲା ରଥଯାତ୍ରା ପ୍ରକ୍ରିୟା, କାଠ ଚିହ୍ନଟ ପାଇଁ ନୟାଗଡ଼ ଗଲା ସ୍ଵତନ୍ତ୍ର ଟିମ୍

Chariot Festival Preparation: ନବବର୍ଷରୁ ଆରମ୍ଭ ହେଲା ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପ୍ରକ୍ରିୟା । ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ରଥ କାଠ ଚିହ୍ନଟ ପାଇଁ ନୟାଗଡ଼ ଗଲା ସ୍ଵତନ୍ତ୍ର ଟିମ୍। ଅଧିକ ପଢନ୍ତୁ

ରଥ କାଠ ଚିହ୍ନଟ
ରଥ କାଠ ଚିହ୍ନଟ

By ETV Bharat Odisha Team

Published : Jan 1, 2024, 8:46 PM IST

ରଥ କାଠ ଚିହ୍ନଟ

ପୁରୀ:ନବବର୍ଷରୁ ଆରମ୍ଭ ହେଲା ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପ୍ରକ୍ରିୟା । ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ରଥ କାଠ ଚିହ୍ନଟ ପାଇଁ ନୟାଗଡ଼ ଗଲା ସ୍ଵତନ୍ତ୍ର ଟିମ୍। ଆଜିର ଦିନରୁ ଚଳିତ ବର୍ଷର ରଥଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ନୟାଗଡର ଦଶପଲ୍ଲା ରେଞ୍ଜର ବଡମୂଳର ବଡରାଉଳ ଠାକୁରାଣୀଙ୍କ ମନ୍ଦିରକୁ ଯାତ୍ରା କରିଛନ୍ତି। ଶ୍ରୀମନ୍ଦିରରୁ ମାଳ ମାହାର୍ଦ୍ଦ, ନଡିଆ, ପତନୀ, ସିନ୍ଦୁର, ଦୀପ, ନୈବେଦ୍ୟ ନେଇ ଏହି ଟିମ୍ ଯାତ୍ରା କରିଛନ୍ତି।

ଏହି ଟିମରେ ରଥ ନିର୍ମାଣର ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ ରହିଛନ୍ତି। ତେବେ ଆସନ୍ତାକାଲି ବଡରାଉଳ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରାଯିବ । ଆଉ ପୂଜାର୍ଚ୍ଚନା ପରେ ଠାକୁରାଣୀଙ୍କ ଅନୁମତି ନେଇ ରଥକାଠ ଚିହ୍ନଟ ପକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି। ତେବେ ରଥ ନିର୍ମାଣ ପାଇଁ ୮୬୫ କାଠର ଆବଶ୍ୟକତା ରହିଛି। ସୂଚନା ଅନୁସାରେ, ୫୩ ଖଣ୍ଡ କାଠ ବଳକା ରହିଥିବା ବେଳେ ମୋଟ ୮୧୨ ଖଣ୍ଡ ଅସନ, ଧଉରା ଏବଂ ଫାସୀ କାଠର ଆବଶ୍ୟକତା ରହିଛି। ଆସନ୍ତା ସରସ୍ଵତୀ ପୂଜା ଅର୍ଥାତ୍ ବସନ୍ତ ପଞ୍ଚମୀ ଦିନ ୩ ଟି ଧଉରା କାଠ ପୂଜାର୍ଚ୍ଚନା ହେବ ବୋଲି ଜଣାପଡିଛି।

ଏହା ମଧ୍ୟ ପଢନ୍ତୁ...ରାମ ନବମୀରେ କାହିଁକି ରଥ କାଠର ଚିରଟ ପ୍ରକ୍ରିୟା ଆରମ୍ଭ ହୁଏ, ଜାଣନ୍ତୁ

ଏହା ମଧ୍ୟ ପଢନ୍ତୁ...ନୂଆ ବର୍ଷରେ ଶ୍ରୀମନ୍ଦିରରେ ନୂଆ ନିୟମ, ମହାପ୍ରଭୁଙ୍କ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ପାରମ୍ପରିକ ପୂଜାର୍ଚ୍ଚନା କରି ରଥ କାଠ ଅନୁକୂଳ କରିବେ। ପରେ ପର୍ଯ୍ୟାୟ କ୍ରମେ ରଥ କାଠ ପୁରୀକୁ ଅଣାଯାଇ ରଥ ଖଳାରେ ରଖାଯିବାର ବିଧି ରହିଛି। ପରେ ଅକ୍ଷୟ ତୃତୀୟା ଦିନ ରଥ ଖଳାରେ ରଥ କାଠ ପୂଜା କରାଯାଇ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଦେଖିବା ପାଇଁ ବହୁ ଦୂରଦୁରାନ୍ତରୁ ପୁରୀକୁ ଭକ୍ତମାନେ ସୁଅ ଛୁଟିଥାଏ । ମହାପ୍ରଭୁଙ୍କ ଏହି ରଥଯାତ୍ରା ପାଇଁ ପ୍ରତିବର୍ଷ କରାଯାଏ ରଥ ନିର୍ମାଣ । ଆଉ ରଥ ନିର୍ମାଣ ପାଇଁ କାଠର ଆବଶ୍ୟକତା ରହିଥାଏ । ଏଥିପାଇଁ ରଥକାଠ ଚିହ୍ନଟ ପକ୍ରିୟା କରାଯାଇ କାଠ ଅଣାଯାଏ । ପୁରୀରେ ଏହି କାଠ ସବୁକୁ ରଥଖଳାରେ ରଖାଯିବା ପରେ ଅନୁକୂଳ ଓ ପରେ ପୂଜାର୍ଚ୍ଚନା କରାଯିବାର ବିଧି ରହିଛି । ଏହାପରେ ଅନ୍ୟାନ୍ୟ ପ୍ରକ୍ରିୟା କରାଯାଇଥାଏ ।



ଇଟିଭି ଭାରତ, ପୁରୀ

ABOUT THE AUTHOR

...view details