ପୁରୀ : ଆଉ ଦିନକ ପରେ ଆସୁଛି ନୂଆବର୍ଷ । ନୂଆ ବର୍ଷ ରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ତେବେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ପୋଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ଏକ ସାମ୍ବାଦିକ ସମ୍ମିଳନୀ ରେ ପୁରୀ ଏସପି ସୁଚନା ଦେଇ କହିଚନ୍ତି ଯେ ପୁରୀ ପୋଲିସ ସବୁ ଭକ୍ତ ଓ ପର୍ଯ୍ୟଟକଙ୍କୁ ପୁରୀକୁ ସ୍ଵାଗତ କରୁଛନ୍ତି । ସମସ୍ତଙ୍କ ସୁରକ୍ଷା ପୋଲିସ୍ ର ପ୍ରାଥମିକ କର୍ତ୍ତବ୍ୟ । ତେବେ ନୁଆ ବର୍ଷ ପାଇଁ କେତେକ କଟକଣା ରହିବ। ତେବେ ପୁରୀ ବାସିନ୍ଦା କିଭଳି ଯାତାୟତରେ ଅସୁବିଧା ଭୋଗିବେ ନାହିଁ ତାକୁ ପୋଲିସ୍ ଗୁରୁତ୍ଵ ଦେଉଛି । ପୁରୀ ବାସିନ୍ଦାଙ୍କ ଯାତାୟତ ନେଇ କୌଣସି ଟ୍ରାଫିକ କଟକଣା ନାହିଁ । ତେବେ ବଡ଼ଦାଣ୍ଡର ମରିଚକୋଟ ଛକରୁ ଶ୍ରୀମନ୍ଦିର ସିଂହଦ୍ଵାର ଯାଏ ଯାନବାହନ ନିଷିଦ୍ଧାଞ୍ଚଳ ହେବ ।
ସେହିପରି ସି ବିଚ୍ ରୋଡ଼ ରେ ଲାଇଟ୍ ହାଉସ ଠାରୁ ସମୁଦ୍ର କୂଳ ଥାନା ଯାଏଁ ନୋ ଭେହିକିଲ ଜୋନ୍ ହେବ । 31 ତାରିଖ ରାତି 12 ଟା ରୁ ଟ୍ରାଫିକ ରେଗୁଲେଶନ ଲାଗୁ ହେବ । ପୁରୀ କୁ ଆସୁଥିବା ବସ ମାଳତୀ ପାଟପୁର ବସଷ୍ଟାଣ୍ଡ ରେ ରହିବ । ହାଲୁକା ଯାନ ତଥା ଚାରି ଚକିଆ ଗାଡ଼ି ଜେଲ ରୋଡ଼, ଜଗନ୍ନାଥ ବଲ୍ଲଭ ଯାତ୍ରୀ ପାର୍କିଂ ସହ ଗୁଣ୍ଡିଚା ମନ୍ଦିର ନିକଟରେ ପାର୍କିଂ କରିବେ । ଭୁବନେଶ୍ଵରରୁ ପୁରୀ ଆସୁଥିବା 4 ଚକିଆ ଗାଡ଼ି ପୁରୀକୁ ଅଠର ନଳା ଦେଇ ଆସିବେ । କିନ୍ତୁ ଟ୍ରାଫିକ ଭିଡ ହେଲେ ହରେକୃଷ୍ଣପୁର ଛକରୁ ଟ୍ରାଫିକ ଡାଇଭରସନ୍ ଲାଗୁ ହେବ । ଦୁଇ ଚକିଆ ଗାଡ଼ି କୁ ବଡ଼ ଦାଣ୍ଡ ଯାଏଁ ଅନୁମତି ରହିବ । ମାର୍କେଟ ଛକ ରୁ ମେଡ଼ିକାଲ ଛକ ଯାଏ ପାର୍କିଂ ହେବ । ପୁରୀ ବିଚ୍ ରେ ପର୍ଯ୍ୟଟକଙ୍କ ଭିଡକୁ ନିୟନ୍ତ୍ରଣ ପାଇଁ 4 ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ ।