ଓଡିଶା

odisha

ETV Bharat / state

ଘୋଷଯାତ୍ରା ପାଇଁ ପ୍ରସ୍ତୁତି ବୈଠକ, ଅଗ୍ନିଶମ ବିଭାଗକୁ ଗୁରୁଦାୟିତ୍ବ - ରଥଯାତ୍ରା ପ୍ରସ୍ତୁତି ବୈଠକ

ଚଳିତବର୍ଷ ଶୃଙ୍ଖଳିତ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସ୍ବତନ୍ତ୍ର ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

By

Published : Jul 1, 2021, 4:52 PM IST

ପୁରୀ: ଚଳିତବର୍ଷ ଶୃଙ୍ଖଳିତ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସ୍ବତନ୍ତ୍ର ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏଥିରେ ଆରକ୍ଷୀ ଅଧିକ୍ଷକ ଡଃ କନୱର ବିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ବିନୟ କୁମାର ଦାଶ, ସୁଭାଷ ଚନ୍ଦ୍ର ନାଥଶର୍ମା, ଉପ ଜିଲ୍ଲାପାଳ ଭବତାରଣ ସାହୁ, ସିଡିଏମ୍ଓ ଡଃ ସୁଜାତା ମିଶ୍ର ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁଖ୍ୟତ କୋଭିଡ କଟକଣାରେ କିଭଳି ଚଳିତ ବର୍ଷ ରଥଯାତ୍ରା ଅୟୋଜନ ଠିକରେ ହୋଇପାରିବ ଓ ସବୁ ବିଭାଗ ମଧ୍ୟରେ କିଭଳି ସମନ୍ବୟ ରହିବ ସେନେଇ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ପୂର୍ବବର୍ଷ ଭଳି ଏଥର ମଧ୍ୟ ସେବାୟତ ମାନେ ରଥ ଟାଣିବେ। ତେବେ ବଡ଼ଦାଣ୍ଡରେ ସେବାୟତ ମାନେ ରଥ ଟାଣିବା ବେଳେ କିଭଳି ଅସୁବିଧା ନଭୋଗିବେ, ଅଧିକ ପାଣି ସିଞ୍ଚନ କରାଯିବ ସେନେଇ ଜିଲ୍ଲା ଅଗ୍ନିଶମ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବବର୍ଷ ଅଳ୍ପ କ୍ଷମତା ବିଶିଷ୍ଟ ଟ୍ୟାଙ୍କ ଥିବା ଗାଡି ବ୍ୟବହାର ଯୋଗୁଁ ରାସ୍ତାରେ ଜଳ ସିଞ୍ଚନ ଠିକ ଭାବେ ହୋଇପାରି ନଥିଲା। ଏଣୁ, ଅନେକ ସେବାୟତଙ୍କ ଗୋଡ଼ ଗରମରେ ଫୋଟକା ହୋଇ ଯାଇଥିଲା। ଏଣୁ, ଚଳିତ ବର୍ଷ ରଥଯାତ୍ରାରେ ଅଧିକ ପାଣି ସିଞ୍ଚନ ନେଇ ବ୍ୟବସ୍ଥା ହୋଇଛି। ସେହିପରି ବଡ଼ ଦାଣ୍ଡର କେଉଁ ସ୍ଥାନ ସିଲ କରାଯିବ, ଗାଡି ମୋଟର ଆଦି ପୁରୀକୁ ପ୍ରବେଶ କିଭଳି ବନ୍ଦ ରହିବ ଏବଂ 144 ଧାରା କିଭଳି ସଠିକ ଢଙ୍ଗରେ ଲାଗୁ ହୋଇପାରିବ ସେନେଇ ସମୀକ୍ଷା କରିଥିଲେ ଜିଲ୍ଲାପାଳ। ସେହିପରି ବଡ଼ ଦାଣ୍ଡର ଉଭୟ ପାର୍ଶ୍ଵରେ ଥିବା ଅସୁରକ୍ଷିତ କୋଠାରେ କୌଣସି ବ୍ୟକ୍ତି ଯେଭଳି ନରହିବେ ସେନେଇ ବ୍ୟବସ୍ଥା ହେବ। ତେବେ କୋଭିଡ କଟକଣା ଚଳିତ ରଥଯାତ୍ରା ଅୟୋଜନ ନେଇ ପୁରୀ ଜିଲ୍ଲା ପ୍ରଶାସନ ପୁରା ପ୍ରସ୍ତୁତ ଥିବା ଉପଜିଲ୍ଲାପାଳ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details