ବ୍ରହ୍ମଗିରି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟରେ ବଢୁଛି ହିଂସାକାଣ୍ଡ । ନିର୍ବାଚନ ପାଇଁ ରାଜନୀତି ସରଗରମ୍ ଥିବାବେଳେ ବିଭିନ୍ନ ସ୍ଥାନରେ ପ୍ରାକ୍ ନିର୍ବାଚନୀ ହିଂସାକାଣ୍ଡ ଘଟି ଚାଲିଛି । ଆଜି(ଗୁରୁବାର) ପୁରୀ ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ମଣପଡା ପଞ୍ଚାୟତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ସଂଘର୍ଷରେ ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାରେ ୯ ଜଣଙ୍କୁ ଅଟକ ରଖିଛି ପୋଲିସ ।
Pre Polls Violence: ବ୍ରହ୍ମଗିରିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୯ ଅଟକ - ବ୍ରହ୍ମଗିରିରେ ପ୍ରାକ୍ ନିର୍ବାଚନୀ ହିଂସା
ପଞ୍ଚାୟତ ନିର୍ବାଚନକୁ ହିଂସାକାଣ୍ଡ । ବ୍ରହ୍ମଗିରି ମଣପଡା ପଞ୍ଚାୟତରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ୫ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ
Pre Polls Violence: ବ୍ରହ୍ମଗିରିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୫ ଆହତ
ଯାହା ସୂଚନା ରହିଛି, ଗତକାଲି(ବୁଧବାର) ମଣପଡା ପଞ୍ଚାୟତରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଏକ ନିର୍ବାଚନୀ ରାଲି କରିଥିଲେ । ଏହି ସମୟରେ ସେଠାକାର କିଛି ଲୋକେ ଦାସବର୍ମାଙ୍କୁ ବିରୋଧ କରିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଆଜି ସକାଳୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ସାମାନ୍ୟ କଥା କଟାକଟି ଉଗ୍ର ରୂପ ନେଇଥିଲା । ଭଭୟ ଗୋଷ୍ଠୀ ପରସ୍ପରକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଯେଉଁଥିରେ ୫ ଜଣ ଆହତ ହୋଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ
Last Updated : Feb 10, 2022, 2:06 PM IST