ଓଡିଶା

odisha

ETV Bharat / state

ଆଜି ପ୍ରଳମ୍ବାସୁରକୁ ବଧ କରିବେ ବଳଭଦ୍ର, ଶ୍ରୀମନ୍ଦିରରେ ହେବ ନୀତିକାନ୍ତି

ଆଜି ଶ୍ରୀମନ୍ଦିରରେ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ...

ଆଜି ପ୍ରଲମ୍ବାସୁରକୁ ବଧ କରିବେ ବଳଭଦ୍ର, ଶ୍ରୀମନ୍ଦିରରେ ହେବ ନୀତିକାନ୍ତ
ଆଜି ପ୍ରଲମ୍ବାସୁରକୁ ବଧ କରିବେ ବଳଭଦ୍ର, ଶ୍ରୀମନ୍ଦିରରେ ହେବ ନୀତିକାନ୍ତ

By

Published : Sep 4, 2021, 9:36 AM IST

ପୁରୀ: ଶ୍ରୀମନ୍ଦିରରେ ଆଜି(ଶନିବାର) ହେବ ପ୍ରଳମ୍ବାସୁର ବଧ ବେଶ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ବାଦଶୀ ତିଥିରେ ଏହି ନୀତି ଅନୁଷ୍ଠିତ ହେବାର ବିଧି ରହିଛି । ଏହି ଦିନ ଶ୍ରୀମନ୍ଦିରରେ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହୋଇଥାଏ ।

ପ୍ରଥମେ ଶ୍ରୀଜିଉମାନଙ୍କ ମଧ୍ୟାହ୍ନ ଧୂପ ସମାପ୍ତି ପରେ ଏହି ବେଶ ହୋଇଥାଏ । ପ୍ରଳମ୍ବାସୁର ଆଖ୍ୟାୟିକା ସମ୍ପର୍କରେ ପୁରାଣରେ ବର୍ଣ୍ଣନା ଅନୁଯାୟୀ ଛଦ୍ମ ବେଶରେ ପ୍ରଳମ୍ବାସୁର ନାମକ ଏକ ରାକ୍ଷସ ରାଜା କଂସଙ୍କ ନିର୍ଦ୍ଦେଶ କ୍ରମେ ପ୍ରଭୁ ବଳରାମ ଓ କୃଷ୍ଣଙ୍କୁ ମାରିବାକୁ ଆସି ନିଜେ ବଧ ହୋଇଥିଲା ।

ସେହି ଘଟଣାର ସ୍ମାରକୀକୁ ଅବଲମ୍ବନ କରି ଶ୍ରୀମନ୍ଦିରରେ ପ୍ରଲମ୍ବାସୁର ବଧ ବେଶ ଅନୁଷ୍ଠିତ ହୋଇ ଆସୁଛି । ପ୍ରଭୁ ଶ୍ରୀବଳଭଦ୍ରଙ୍କୁ ପ୍ରଳମ୍ବାସୁର ବଧ ବେଶରେ ଭୂଷିତ କରାଯାଏ । ଏକ ବିରାଟକାୟ କାଷ୍ଠ ନିର୍ମିତ ପ୍ରଲମ୍ବାସୁର ମୂର୍ତ୍ତି ରତ୍ନ ସିଂହାସନସ୍ଥ ବଳଭଦ୍ରଙ୍କ ନିମ୍ନ ଭାଗରେ ସଜାଯାଏ । ସେହି ଅସୁରର ସ୍କନ୍ଧ ଏବଂ ଦୁଇ ଭୁଜରେ ବଳଭଦ୍ର ବସିଥିବା ଭଳି ଦୃଶ୍ୟ ଏହି ବେଶରୁ ସୃଷ୍ଟି ହୁଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details