ପୁରୀ: ମହାପ୍ରଭୁଙ୍କ ଦର୍ଶନ କଲେ ନୂଆ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା। ଆଜି ନୂଆ ମୁଖ୍ୟ ଶାସନ ସଚିବ ଭାବେ ବରିଷ୍ଠ ଆଇ ଏ ଏସ ପ୍ରଦୀପ ଜେନା ବିଧିବଦ୍ଧ ଦାୟିତ୍ଵ ନେବା ପରେ ନିଜ ପତ୍ନୀଙ୍କ ସହ ପୁରୀ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ନୂଆ କାର୍ଯ୍ୟ ଆରମ୍ଭରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନିହାତି ଜରୁରୀ। ତାଙ୍କରି ଆଶୀର୍ବାଦ ନେଇ ସେ ନିଜ ଦାୟିତ୍ୱ କୁ ସୂଚାରୁରୂପେ କିଭଳି ତୁଲାଇବେ ଓ ରାଜ୍ୟବାସୀଙ୍କ ଉନ୍ନତି ପାଇଁ କାମ କରିବେ ସେନେଇ ସେ ମହାପ୍ରଭୁ ଙ୍କ ଆଶୀର୍ବାଦ ଭିକ୍ଷା କରିଥିବା ସେ କହିଛନ୍ତି।
ସେ ପ୍ରଥମେ ଶ୍ରୀମନ୍ଦିର ସିଂହଦ୍ଵାରରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ମାନେ ସ୍ଵାଗତ କରି ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇ ଥିଲେ। ପ୍ରଥମେ ସେ ମହାପ୍ରଭୁ ଙ୍କ ଦର୍ଶନ କରି ଦେବି ବିମଳା, ମା ଲକ୍ଷ୍ମୀ ଓ ଅନ୍ୟ ପାର୍ଶ୍ଵ ଦେବାଦେବୀ ମନ୍ଦିର ଯାଇ ଠାକୁର ଙ୍କୁ ପୂଜାର୍ଚ୍ଚନା କରିବା ସହ ଦର୍ଶନ କରିଥିଲେ। ଏଥିସହ ପରେ ମହାପ୍ରସାଦ ସେବନ ମଧ୍ୟ କରିଥିଲେ।
ମହାପ୍ରଭୁଙ୍କ ଦର୍ଶନ ସାରି ମୁଖ୍ୟ ଶାସନ ସଚିବ ପୁରୀ ସହର ର ବିଭିନ୍ନ ପ୍ରକଳ୍ପ ଉପରେ ମିଡ଼ିଆ ମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇ ଥିଲେ । ପୁରୀ କୁ ମୁଖ୍ୟମନ୍ତ୍ରୀ ଦେଶରେ ଏକ ଶ୍ରେଷ୍ଠ ସହର କରିବା ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରୁଥିବା ବେଳେ ଏହାକୁ ସଫଳ କରିବାକୁ ସେ ସବୁ ଉଦ୍ୟମ କରିବେ ବୋଲି କହିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଆଗାମୀ ରଥଯାତ୍ରା ପୂର୍ବରୁ ସାରିବାକୁ ସରକାର ଲକ୍ଷ୍ୟ ରଖିଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି । ଏହା ଦ୍ୱାରା ପୁରୀ ଆସୁଥିବା ଭକ୍ତ ଓ ପର୍ଯ୍ୟଟକ ଅଧିକ ସୁବିଧା ପାଇ ପାରିବେ ।