ପୁରୀ: ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀ ଙ୍କ ଭିତରେ ବଢୁଛି କୋଭିଡ ସଂକ୍ରମଣ । ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ସତ୍ତ୍ୱେ ସେବାୟତଙ୍କ ମଧ୍ୟରେ କୋରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଛି। ଏଭଳି ଅବସ୍ଥା ଜାରୀ ରହିଲେ ଆଗାମୀ ଦିନରେ ମହାପ୍ରଭୁଙ୍କ ସେବା,ପୂଜା ଓ ରୀତିନୀତି ପ୍ରଭାବିତ ହେବାର ଆଶଙ୍କା ରହିଛି ।
ସାରା ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି ପରିପ୍ରେକ୍ଷିରେ ଶ୍ରୀମନ୍ଦିର ସେବାୟତଙ୍କୁ ମଧ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୯୫ଜଣ ଶ୍ରୀମନ୍ଦିର ସେବାୟତ, ତାଙ୍କ ପରିବାର, ଜୋତାଷ୍ଟାଣ୍ଡ ଓ ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ କୋଭିଡ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ କୁମ୍ଭମେଳାରୁ ଫେରିଥିବା ୩୬ ସେବାୟତଙ୍କ ଭିତରୁ ୫ଜଣ ରହିଛନ୍ତି। ୫୬ଜଣ ସେବାୟତ ଓ ତାଙ୍କ ପରିବାର ଏବଂ ୩୯ଜଣ ଜୋତାଷ୍ଟାଣ୍ଡ ଓ ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ ରହିଛନ୍ତି। ୨୯ଜଣ ସୁସ୍ଥ ହୋଇଥିବାବେଳେ ୬୬ଜଣ ସଙ୍ଗରୋଧରେ ଅଛନ୍ତି।