ପୁରୀ: ଜୁଆ ଖେଳୁଥିବାବେଳେ ପୋଲିସର ଚଢଉ । ପୁରୀର ନୂତନ ଏସପି ଭାବେ ଅଖିଳେଶ୍ୱର ସିଂଙ୍କ ଯୋଗଦାନ ପରେ ପୁରୀ ପୋଲିସ ଅପରାଧୀଙ୍କୁ ଧରିବା ପାଇଁ ଧରପଗଡ଼ ଜୋରଦାର ଚାଲିଛି । କିଛିଦିନ ଦିନ ତଳେ ବଡ଼ ଗାଡି ଚୋର ଗ୍ୟାଙ୍ଗ, ଡକାୟତି ଉଦ୍ୟମ କରୁଥିବା କିଛି ଅପରାଧୀଙ୍କୁ ପୋଲିସ ଗିରଫ କରିଛି । ଏହି କ୍ରମରେ ପୋଲିସ ମାର୍କେଟ ଛକ ବଲ୍ଲବ ପାର୍କିଂ ଉପରେ ଚଢ଼ାଉ କରି ଏକ ଜୁଆଡିକୁ ଗିରଫ କରିଛି ।
ଜୁଆ ଖେଳିବାବେଳେ ପୋଲିସର ଚଢଉ: ନଗଦ ଟଙ୍କା ସମେତ ବାଇକ ଜବତ, ଜଣେ ଗିରଫ - ପୁରୀରେ ଜୁଆ ଆଡ୍ଜା
ଜୁଆ ଖେଳୁଥିବାବେଳେ ପୋଲିସର ଚଢଉ । ପୁରୀର ମାର୍କେଟ ଛକ ବଲ୍ଲବ ପାର୍କିଂ ଉପରେ ଚଢ଼ାଉ କରି ଏକ ଜୁଆଡିକୁ ଗିରଫ କରିଛି ପୋଲିସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
![ଜୁଆ ଖେଳିବାବେଳେ ପୋଲିସର ଚଢଉ: ନଗଦ ଟଙ୍କା ସମେତ ବାଇକ ଜବତ, ଜଣେ ଗିରଫ ଜୁଆ ଖେଳିବା ବେଳେ ପୋଲିସର ଚଢଉ, ଜଣେ ଗରିଫ](https://etvbharatimages.akamaized.net/etvbharat/prod-images/768-512-8281595-839-8281595-1596464767824.jpg)
ଜୁଆ ଖେଳିବା ବେଳେ ପୋଲିସର ଚଢଉ, ଜଣେ ଗରିଫ
ପୁରୀ ଟାଉନ ଥାନା ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ପୋଲିସ ଉକ୍ତ ଜୁଆ ଖେଳ ସ୍ଥାନରେ ଚଢ଼ାଉ କରି ଜଣକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଶେଷ ଦେବ ପାଢ଼ୀ । ତାଙ୍କ ନିକଟରୁ 3 ଟି ବାଇକ, 72 ହଜାର ଟଙ୍କା, ମୋବାଇଲ ଫୋନ ଜବତ କରଯାଇଛି । ଅନ୍ୟ ଯେଉଁମାନେ ଜୁଆ ଖେଳୁଥିଲେ ସେମାନଙ୍କ ପତା ଖୋଜୁଛି ପୋଲିସ । କୌଣସି ଅପରାଧିକ କାର୍ଯ୍ୟ ପୋଲିସ ନଜରକୁ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ପୋଲିସ ପକ୍ଷରୁ କୁହାଯାଇଛି ।