ପୁରୀ: ପୁଣି ମହାପ୍ରସାଦକୁ ଅବମାନନା । ୨ ଜଣ ପୋଲିସ କର୍ମଚାରୀ ଜୋତା ପିନ୍ଧି ଏବଂ ଚୌକି ଉପରେ ବସି ମହାପ୍ରସାଦ ଖାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଶ୍ରୀମନ୍ଦିର ଦକ୍ଷିଣଦ୍ବାର ନିକଟରେ ଥିବା ଗୋଡ଼ ଧୋଇବା ପାଇଁ ଉଦ୍ଦିଷ୍ଟ ସ୍ଥାନରେ ପୋଲିସ କର୍ମୀ ମହାପ୍ରସାଦ ଖାଉଥିବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।
ପୁଣି ମହାପ୍ରସାଦକୁ ଅବମାନନା - ପୁଣି ମହାପ୍ରସାଦକୁ ଅବମାନନା
ପୁଣି ମହାପ୍ରସାଦକୁ ଅବମାନନା । ୨ ଜଣ ପୋଲିସ କର୍ମଚାରୀ ଜୋତା ପିନ୍ଧି ଏବଂ ଚୌକି ଉପରେ ବସି ମହାପ୍ରସାଦ ଖାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଏବେ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...
ପୁଣି ମହାପ୍ରସାଦକୁ ଅବମାନନା
ପୁଣି ମହାପ୍ରସାଦକୁ ଅବମାନନା
ସାଧାରଣରେ ଏହାକୁ ନିନ୍ଦା କରାଯାଇଥିବା ବେଳେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ପୂର୍ବରୁ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଥିବା ବେଳେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମୀଙ୍କ ଏଭଳି ଭାବେ ମହାପ୍ରସାଦକୁ ଅବମାନନା କରିବା ଜଗନ୍ନାଥପ୍ରେମୀଙ୍କୁ ଆଘାତ କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ