ପୁରୀ: ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ନେଇ ଲକ୍ଷାଧିକ ଭକ୍ତଙ୍କର ହେବ ସମାଗମ । ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ପୋଲିସ ଆଇଜି (IG) । ନିର୍ମାଣ ଚାଲିଥିବା ଏସି ସେଡ୍ ପାଥ୍ ୱେ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ । ୨୫ ତାରିଖ ସୁଦ୍ଧା ଏହି ନିର୍ମାଣ କାର୍ଯ୍ୟ ଶେଷ ହେବା ପାଇଁ ଯୋଜନା । ଏହି ଏସି ସେଡ୍ ପାଥ୍ ୱେ ସାଧାରଣ ଭକ୍ତଙ୍କୁ ସୁବିଧା ଯୋଗାଇବାରେ ସହାୟକ ହେବ ।
ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି । ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନେ ଯେଭଳି ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି । ପୁରୀ ଗସ୍ତରେ ଆସିଛନ୍ତି କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ଆଶିଷ ସିଂ। ବଡ଼ଦାଣ୍ଡ ମର୍ଚ୍ଚିକୋଟ ଛକ ଠାରୁ ଶ୍ରୀକୃଷ୍ଣ ସିନେମା ହଲ୍ ଛକ ପର୍ଯ୍ୟନ୍ତ ନିର୍ମାଣ ଚାଲିଥିବା ଏସି ସେଡ୍ ପାଥ୍ ୱେ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ଆସନ୍ତା ଡିସେମ୍ବର ୨୫ ତାରିଖ ସୁଦ୍ଧା ଏହି ଏସି ସେଡ୍ ପାଥ୍ ୱେ ନିର୍ମାଣ କାର୍ଯ୍ୟ ଶେଷ ହେବା ପାଇଁ ଯୋଜନା ରହିଛି । ତେବେ ଭିଡ଼ ନିୟନ୍ତ୍ରଣରେ ଏହା ସହାୟକ ହେବ । ସେହିପରି ଡିସେମ୍ବର ୨୩ରୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହେବା ନେଇ ଆଶଙ୍କା କରାଯାଉଛି । ଏହି ଏସି ସେଡ୍ ପାଥ୍ ୱେ ସାଧାରଣ ଭକ୍ତଙ୍କୁ ସୁବିଧା ଯୋଗାଇବାରେ ସହାୟକ ହେବ ।