ପୁରୀ: ପୋଲିସ ଡିଜିପି ଅଭୟ ଆଜି ପିପିଲି ଗସ୍ତରେ ଯାଇ ଉପନିର୍ବାଚନରେ ଆଇନ ଶୃଙ୍ଖଳା ସ୍ଥିତି ସମୀକ୍ଷା କରିଛନ୍ତି । ତାଙ୍କ ସାଥୀରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ, ଏଡିଜି ଓ କେନ୍ଦ୍ରାଞ୍ଚଳ ଡିଆଇଜି ମଧ୍ୟ ଉପସ୍ଥିତ ଥିଲେ । ପିପିଲି ଥାନାରେ ପହଞ୍ଚି ଡିଜିପି ସ୍ଥିତିର ସମୀକ୍ଷା କରିଛନ୍ତି ।
ବିଶେଷ କରି ପିପିଲିରେ ନିର୍ବାଚନ ସମୟରେ କିଭଳି ଆଇନ ଶୃଙ୍ଖଳା ରକ୍ଷା ହୋଇ ପାରିବ ସେ ନେଇ ସମୀକ୍ଷା କରିଛନ୍ତି ଡିଜିପି ଅଭୟ । ତେବେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଉପରେ ଗୁରୁତ୍ବ ଦିଆଯାଇ ଥିବାବେଳେ 2 ଜଣ ଏସପି, 3 ଜଣ ଡ଼ିଏସପି ସ୍ତରୀୟ ଅଧିକାରୀ ଆଇନ ଶୃଙ୍ଖଳା ଦାୟିତ୍ବରେ ରହିବେ । ସେହିପରି ବିଭିନ୍ନ ଅଞ୍ଚଳକୁ ନେଇ ଜୋନ ବିଭକ୍ତ କରାଯାଇଛି । ଏହାର ପରିଚାଳନା ପାଇଁ ସୁପରଭାଇଜିଂ ଅଫିସର ରହିବେ । ଓଡିଶା ପୋଲିସର 3 ପ୍ଲାଟୁନ ସହ ୧୫ ପ୍ଲାଟୁନ ଫୋର୍ସ ନିର୍ବାଚନରେ ମୂତୟନ ହେବା ନେଇ ମଧ୍ୟ ସୂଚନା ରହିଛି ।