ଓଡିଶା

odisha

ପଞ୍ଚୁକରେ ଶୃଙ୍ଖଳିତ ଦର୍ଶନ: ବ୍ୟବସ୍ଥାକୁ ପ୍ରଶଂସା କଲେ ପୋଲିସ ଡିଜି

By ETV Bharat Odisha Team

Published : Nov 28, 2023, 10:07 PM IST

ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲେ ପୋଲିସ ଡିଜି ଓ ସପରିବାର । କାର୍ତ୍ତିକ ମାସରେ ପୁରୀରେ ଶୃଙ୍ଖଳିତ ବ୍ୟବସ୍ଥା ପାଇଁ ପୋଲିସ ବ୍ୟବସ୍ଥାକୁ କଲେ ପ୍ରଶଂସା । ଅଧିକ ପଢ଼ନ୍ତୁ

ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲେ ପୋଲିସ ଡିଜି
ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲେ ପୋଲିସ ଡିଜି

ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲେ ପୋଲିସ ଡିଜି

ପୁରୀ: ଶେଷ ହୋଇଛି ପବିତ୍ର କାର୍ତ୍ତିକ ମାସ ଓ ପଞ୍ଚୁକ । ପଞ୍ଚୁକରେ ମହାପ୍ରଭୁଙ୍କୁ ଦର୍ଶନ କରିଥଲେ ଲକ୍ଷ ଲକ୍ଷ ଭକ୍ତ । ତେବେ ସବୁ କିଛି ଶୃଙ୍ଖଳିତ ଭାବେ ହୋଇଥିବାରୁ ପୋଲିସ ବାହିନୀକୁ ଧନ୍ୟବାଦ ଦେଇଛନ୍ତି ପୋଲିସ ଡିଜି ସୁନିଲ ବଂଶଲ । ଏହାସହ ଭକ୍ତ, ସେବାୟତ, ସ୍ବେଚ୍ଛାସେବୀ ଓ ଗଣମାଧ୍ୟମର ସହଯୋଗରେ ଏହା ସଫଳ ହୋଇଥିବା କହିଛନ୍ତି ପୋଲିସ ଡିଜି ସୁନିଲ ବଂଶଲ ।

ପୋଲିସ ଡିଜି ସପରିବାର ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥଲେ । ଏହି ଅବସରରେ ସେ କହିଥିଲେ ଯେ, ପୁରୀ ଏବେ ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ । ତେଣୁ ପର୍ବ ପର୍ବାଣୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଛି । କୋଭିଡ ପରଠାରୁ ଭକ୍ତଙ୍କ ଆଗମନ ଯଥେଷ୍ଟ ବୃଦ୍ଧି ପାଇଛି । ଚଳିତବର୍ଷ ରଥ ଯାତ୍ରା ଏହାର ଉଦାହରଣ । ତେବେ ପୁରୀକୁ ଲକ୍ଷ ଲକ୍ଷ ଭକ୍ତ ଆସୁଥିବା ବେଳେ ସେମାନଙ୍କ ସୁରକ୍ଷା ପୋଲିସର ମୁଖ୍ୟ ଦାୟିତ୍ଵ । ଆଗାମୀ ଦିନରେ ନୁଆ ବର୍ଷ ଆସୁଛି । ପୁରୀକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ । ତେଣୁ ପୁଣି ପୋଲିସ ପାଇଁ ଏକ ଚାଲେଞ୍ଜ ରହିଛି । ଚଳିତ ଥର ପଞ୍ଚୁକରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ସ୍ଵତନ୍ତ୍ର ପ୍ରସ୍ତୁତି ହୋଇଥିଲା । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଟାଉନ ଥାନାଠାରୁ ଅସ୍ଥାୟୀ ବ୍ୟାରିକେଡ଼ରେ ଆସି ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରିବା ସହ ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିଥିଲେ ।

ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଭିତର, ବାହାର, ବଡଦାଣ୍ତ ଏବଂ ଟ୍ରାଫିକ ସୁପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । 50 ପ୍ଲାଟୁନ ପୋଲିସ ଫୋର୍ସ, ୭ ଅତିରିକ୍ତ ଏସପି, ଡିଏସପି, ଇନ୍ସପେକ୍ଟର, ଏଏସଆଇ ଓ ଏସଆଇଙ୍କ ସହ ୩ଶହରୁ ଉର୍ଦ୍ଧ ହୋମଗାର୍ଡ ସୁରକ୍ଷା ଦାୟିତ୍ବରେ ରହିଥିଲେ । ସେହିପରି ସମୁଦ୍ରକୂଳ ଅଞ୍ଚଳରେ ମଧ୍ୟ କଡା ପାଟ୍ରୋଲିଂ ସହ ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ପର୍ଯ୍ୟାପ୍ତ ଲାଇଫ୍‌ ଗାର୍ଡ ଓ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନରେ ୫୦ରୁ ଉର୍ଦ୍ଧ ସ୍ବେଛାସେବୀ ସଦସ୍ୟଙ୍କୁ ନିୟୋଜିତ କରାଯାଇଥିଲା । ଅନ୍ୟପଟେ ପଞ୍ଚୁକରେ ପ୍ରବଳ ଭକ୍ତଙ୍କ ସମାଗମ ପାଇଁ ପାନୀୟ ଜଳ, ଶୌଚାଳୟ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରିଥିଲା ପ୍ରଶାସନ । ପଞ୍ଚୁକ ଶେଷ ପର୍ଯ୍ୟନ୍ତ ଶ୍ରୀମନ୍ଦିରଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନ ବନ୍ଦ ରହିଥିଲା ।

ଏହା ମଧ୍ୟ ପଢ଼ନ୍ତୁ....ମହାପ୍ରଭୁଙ୍କ ବାଙ୍କଚୂଡା ବେଶ ଦର୍ଶନ କଲେ ହଜାର ହଜାର ଭକ୍ତ

ଅନ୍ୟପଟେ ଭକ୍ତଙ୍କ ପାଇଁ ଗ୍ରହଣ କରାଯାଇଥିବା ସମସ୍ତ ବ୍ୟବସ୍ଥାକୁ ସ୍ବାଗତ କରିଥିଲେ ଭକ୍ତ ଓ ସେବାୟତ । ଭକ୍ତଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାରିକେଡ଼, ଟଏଲେଟ୍, ପାନୀୟ ଜଳ ବ୍ୟବସ୍ଥା, ବିଶ୍ରାମ ସ୍ଥଳୀ ନିର୍ମାଣ ହୋଇଥିଲା । ବୟସ୍କ ଓ ଦିବ୍ୟାଙ୍ଗ ଭକ୍ତଙ୍କୁ ସହାୟତା ପାଇଁ ସ୍ବେଛାସେବୀଙ୍କୁ ମୁତୟନ କରଯାଇଥିଲା । ମହାପ୍ରଭୁଙ୍କ ନୀତି କିଭଳି ଶୃଙ୍ଖଳିତ ହୋଇ ପାରିବ ଶ୍ରୀମନ୍ଦିର ପ୍ରଶାସନ ଅଧିକାରି ଓ ସେବାୟତଙ୍କ ମିଳିତ ଉଦ୍ୟମରେ ସବୁ କାର୍ଯ୍ୟ କରାଯାଉଥିଲା । ଟ୍ରାଫିକ ସୁପରିଚାଳନା ପାଇଁ ସ୍ଵତନ୍ତ୍ର ଯୋଜନା ହୋଇଥଲା । ଏଥିପାଇଁ ସ୍ଵତନ୍ତ୍ର ଭାବେ ଅଫିସରମାନଙ୍କୁ ମୁତୟନ କରାଯାଇଥିଲା । ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ଭିଡ଼ ଅଧିକ ରହୁଥିବାରୁ ଟ୍ରାଫିକ ରେଗୁଲେଶନ ସହ ସୁରକ୍ଷା ପାଇଁ ପାଟ୍ରୋଲିଂ ହୋଇଥିଲା । ପୁରୀକୁ ଆସିଥିବା ଭକ୍ତ ଓ ପର୍ଯ୍ୟଟକଙ୍କ ଯାତାୟତ ସହ ସୁରକ୍ଷା ପାଇଁ ପୁରୀ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିଲା ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details