ଓଡିଶା

odisha

ETV Bharat / state

ଅଭିଯୋଗକାରୀଙ୍କୁ ଦୁର୍ବ୍ୟବହାର କରି ପୋଲିସ କନଷ୍ଟେବଳ ନିଲମ୍ବିତ - ପୋଲିସ କନଷ୍ଟେବଳ ନିଲମ୍ବିତ

ଅଭିଯୋଗକାରୀଙ୍କ ସହ ପୋଲିସ କନଷ୍ଟେବଳଙ୍କ ଦୁର୍ବ୍ୟବହାର । ଉକ୍ତ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Oct 7, 2019, 11:23 PM IST

ପୁରୀ: ଗଣତନ୍ତ୍ରରେ ଜନତା ହିଁ ଶ୍ରେଷ୍ଠ । ଲୋକଙ୍କ ସେବା ହିଁ ସରକାର । ଏହି ଲୋକଙ୍କ ସେବା ପାଇଁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ସରକାରଙ୍କ 5-ଟିକୁ ଭିତ୍ତି କରି 'ମୋ ସରକାର' ଯୋଜନାର ଆରମ୍ଭ ହୋଇଛି । ଏହି ଯୋଜନାରେ ଥାନାରେ କିମ୍ବା ଡାକ୍ତରଖାନାରେ ଲୋକମାନେ କିଭଳି ସୁବିଧା ପାଉଛନ୍ତି ସେ ନେଇ ମୁଖ୍ୟମନ୍ତ୍ରୀ ସିଧାସଳଖ କଥା ହୋଇପାରିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏହି କ୍ରମରେ ସମସ୍ତ ଥାନାର ଥାନାଧିକାରୀଙ୍କୁ ଲୋକଙ୍କ ସହ ଭଲ ବ୍ୟବହାର କରିବାକୁ କୁହାଯାଇଛି । ଏତେ ସବୁ ନିୟମ ପରେ ବି ପୁରୀ ପୋଲିସକୁ ଡାଏଲ 100ରେ ଫୋନ କରିଥିବା ଜଣେ ଅଭିଯୋଗକାରୀଙ୍କୁ ପୋଲିସ କର୍ମଚାରୀ ଦୁର୍ବ୍ୟବହାର କରିଛନ୍ତି । ତାଙ୍କ ବିରୋଧରେ ଥାନାରେ ଅଭିଯୋଗ ପରେ ପୁରୀ ଏସପି ଉମାଶଙ୍କର ଦାସ ଉକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଦୁର୍ବ୍ୟବହାର କରିଥିବା ପୋଲିସ କନଷ୍ଟେବଳ ସୁଶାନ୍ତ ଭୁଜବଳଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।

ଆଗାମୀ ଦିନରେ ଥାନାର କୌଣସି କର୍ମଚାରୀ ଲୋକଙ୍କୁ ଖରାପ ବ୍ୟବହାର କଲେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି ସ୍ପଷ୍ଟ କରିଛନ୍ତି । ଏଥିସହିତ ଲୋକଙ୍କ ସହ ପୋଲିସ କର୍ମଚାରୀ କିଭଳି ଭଲ ବ୍ୟବହାର ଦେଖାଇବେ ସେ ନେଇ ଏକ ତାଲିମ କାର୍ଯ୍ୟକ୍ରମ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details