ଓଡିଶା

odisha

ETV Bharat / state

ଦୁଷ୍କର୍ମ ଅଭିଯୋଗରେ ନିମାପଡା ଥାନା କନେଷ୍ଟବଳ ଗିରଫ - ପୁରୀ ନିମାପଡା ଥାନା କନେଷ୍ଟବଳ ଗଙ୍ଗାଧର ରାଉତ ଗିରଫ

ଖାକିରେ ଲାଗିଛି ଦାଗ । ମହିଳାଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲିଂ ଅଭିଯୋଗରେ କନେଷ୍ଟବଳ ଗିରଫ । ପୁରୀ ନିମାପଡା ଥାନା କନେଷ୍ଟବଳ ଗଙ୍ଗାଧର ରାଉତଙ୍କୁ ଏହି ଅଭିଯୋଗରେ ଗିରଫ କରିଛି ସତ୍ୟବାଦୀ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Oct 17, 2019, 10:50 AM IST

Updated : Oct 17, 2019, 1:16 PM IST

ପୁରୀ: ପୁରୀ ପୋଲିସର ପିଛା ଛାଡୁନି ବିବାଦ । ଖାକିରେ ଲାଗିଛି ଦାଗ । ମହିଳାଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲିଂ ଅଭିଯୋଗରେ କନେଷ୍ଟବଳ ଗିରଫ । ପୁରୀ ନିମାପଡା ଥାନା କନେଷ୍ଟବଳ ଗଙ୍ଗାଧର ରାଉତଙ୍କୁ ଏହି ଅଭିଯୋଗରେ ଗିରଫ କରିଛି ସତ୍ୟବାଦୀ ପୋଲିସ ।

ଦୁଷ୍କର୍ମ ଅଭିଯୋଗରେ ନିମାପଡା ଥାନା କନେଷ୍ଟବଳ ଗିରଫ

ସତ୍ୟବାଦୀ ଥାନାରେ ଡ୍ୟୁଟି କରୁଥିବା ସମୟରେ ଜଣେ ମହିଳାଙ୍କୁ ଏକ ମାମଲାରେ ସହଯୋଗ କରିବାକୁ କହି ତାଙ୍କ ସହିତ ସମ୍ପର୍କ ସ୍ଥାପନ କରି ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହା ସେହି ମହିଳାଙ୍କୁ ସେ ବ୍ଲାକମେଲିଂ କରୁଥିବାର ମଧ୍ୟ ଅଭିଯୋଗ ହୋଇଛି ।

ତେବେ ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପରେ ପୁରୀ ଏସପି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏସପିଙ୍କ ନିର୍ଦ୍ଦେଶରେ ଗଙ୍ଗାଧରକୁ ଗିରଫ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 17, 2019, 1:16 PM IST

ABOUT THE AUTHOR

...view details