ପୁରୀ:ନିଶା ବେପାର କରି ବନ୍ଧା ହେଲେ ଦୁଇ ବେପାରୀ । ପୁରୀ ତାଳ ବଣିଆ ପୋଲିସ ଦୁଇ ନିଶା ବେପାରୀଙ୍କୁ ଗିରଫ କରିଛି ।
ସୂଚନାଅନୁସାରେ, ଗୁରୁବାର ସଂନ୍ଧ୍ୟାରେ ତାଳ ବଣିଆ ଥାନା ଅନ୍ତର୍ଗତ ହୁଳୁ ହୁଳିଆ ବ୍ରିଜ ନିକଟରେ ବେଆଇନ ନିଶା ସାମଗ୍ରୀ କଫ ସିରଫ, ନାଇଟ 10 ନିଶା ବଟିକା ବିକ୍ରି ହେଉଥିବା ପୋଲିସ ପାଖରେ ଖବର ପହଞ୍ଚିଥିଲା । ପୋଲିସ ଖବର ପାଇଁ ଉକ୍ତ ସ୍ଥାନରେ ଚଢାଉ କରିଥିଲା ।