ଓଡିଶା

odisha

ETV Bharat / state

Journalist Assault Case: ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୮ ଗିରଫ - ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଆଠ ଗିରଫ

ପୁରୀ ଜିଲ୍ଲା କଣାସ ଗଡ଼ିଶାଗଦା ଥାନା ଅନ୍ତର୍ଗତ ବଡାଲ ଗ୍ରାମପଞ୍ଚାୟତରେ ଖବର ସଂଗ୍ରହ କରିବାକୁ ଯାଇଥିବା ଦୁଇଜଣ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିଲା । ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଧିକ ପଢନ୍ତୁ

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ୮ ଗିରଫ
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ୮ ଗିରଫ

By

Published : Feb 17, 2022, 9:28 AM IST

ପୁରୀ:ନିର୍ବାଚନ ଖବର ସଂଗ୍ରହ ବେଳେକଣାସ ଗଡ଼ିଶାଗଦା ଥାନା ଅନ୍ତର୍ଗତ ବଡାଲ ଗ୍ରାମପଞ୍ଚାୟତରେ ଦୁଇଜଣ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ 8 ଜଣଙ୍କୁ ଗିରଫ କରିଛି ପୁରୀ ପୋଲିସ । କେସ ନମ୍ବର 50/2022 ଓ 51/2022 ରେ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଚଳାଇଥିଲା ପୋଲିସ ।

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ୮ ଗିରଫ

ଗତକାଲି ରାତି ଅଧରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସାକ୍ଷ୍ୟ ପ୍ରମାଣ ଆଧାରରେ 8 ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ନାମରେ 341, 323,325, 294,506,307,395, 34/IPC ଭଳି ସଙ୍ଗୀନ ଦଫା ଲଗାଯାଇଛି । ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛି ପୋଲିସ । ଅନ୍ୟପଟରେ ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ଫୋନ, ୨ଟି ବୁମ, ଲାଇଭ ଟେଲିକାଷ୍ଟ ମେସିନ, ତାରବିହୀନ ବଣ୍ଡଲ ଜବତ କରାଯାଇଛି ।

ଅତିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ଏସଡିପିଓ କିଶୋର ମୁଣ୍ଡଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଅଧିକ ତଦନ୍ତ ଜାରି ରହିଛି । ସମସ୍ତ ଗିରଫ କଣାସ ବଢାଳ ଗ୍ରାମର । ସେମାନେ ହେଲେ ସତ୍ୟପ୍ରିୟ ମହାରଣା, ବିଜୟ ସ୍ବାଇଁ, ସୁବାଷ ମାଝୀ, ନିକୁଞ୍ଜ ସ୍ବାଇଁ, ଉତ୍ତମ ଭୂଜବଳ, ଅଜୟ ବରିସାଲ, ବିଦ୍ୟାଧର ସ୍ବାଇଁ ଓ ବ୍ରଜବନ୍ଧୁ ସ୍ବାଇଁ ।

ସୂଚନା ଅନୁଯାୟୀ ବୁଧବାର ଖବର ସଂଗ୍ରହ ବେଳେ ଦୁଇଟି ଓଡ଼ିଆ ଟେଲିଭିଜନ୍ ଚ୍ୟାନେଲର ସାମ୍ବାଦିକଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା। ପଞ୍ଚାୟତ ନିର୍ବାଚନରେ ମତଦାନ ଖବର ସଂଗ୍ରହ କରୁଥିବା ସାମ୍ବାଦିକ ସୁମନ୍ତ ସୁନ୍ଦରାୟ, କ୍ୟାମେରାମ୍ୟାନ ଚିତନ ସ୍ବାଇଁ, ସାମ୍ବାଦିକ ସରୋଜ ମଲ୍ଲିକ ଓ କ୍ୟାମେରାମ୍ୟାନଙ୍କ ଉପରକୁ ଆକ୍ରମଣ ହୋଇଥିଲା । ଫଳରେ ୪ଜଣ ଗୁରୁତର ଆହତ ହୋଇଥିଲେ । କିଛି ଲୋକ ହଠାତ୍ ବୁଥ୍ ଜବରଦଖଲ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଭିଜୁଆଲ ରେକର୍ଡ ହେଉଥିବା ଦେଖି ରାଗରେ ଉତ୍ୟକ୍ତ ଲୋକ ସେମାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details