ଓଡିଶା

odisha

ETV Bharat / state

ଚିଲିକାରେ ଚାଲିଛି ବେଧଡ଼କ ପକ୍ଷୀ ଶିକାର, ଜଣେ ଗିରଫ - Poacher arrested

Poacher arrested in Chillika: ଚିଲିକା ସାତପଡ଼ାରେ ପକ୍ଷୀ ଶିକାର କରୁଥିବା ଜଣେ ଶିକାରୀକୁ ଗିରଫ କଲା ବନ ବିଭାଗ । ଏହାସହ ମୃତ ବିଦେଶୀ ପକ୍ଷୀକୁ ମଧ୍ୟ ଜବତ କରିଛି ବିଭାଗ । ବନ ବିଭାଗର ଅବହେଳାକୁ ନେଇ ପକ୍ଷୀପ୍ରେମୀ ଉଦବେଗ ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ

ଚିଲିକାରେ ଚାଲିଛି ବେଧଡ଼କ ପକ୍ଷୀ ଶିକାର , ଜଣେ ଗିରଫ
ଚିଲିକାରେ ଚାଲିଛି ବେଧଡ଼କ ପକ୍ଷୀ ଶିକାର , ଜଣେ ଗିରଫ

By ETV Bharat Odisha Team

Published : Dec 30, 2023, 11:23 AM IST

Updated : Dec 30, 2023, 12:37 PM IST

ଚିଲିକାରେ ଚାଲିଛି ବେଧଡ଼କ ପକ୍ଷୀ ଶିକାର , ଜଣେ ଗିରଫ

ପୁରୀ:ଆସିଛି ଶୀତ ଋତୁ । ଚିଲିକାରେ ବିଦେଶୀ ପକ୍ଷୀଙ୍କ ଭିଡ ଲାଗୁଛି । ଏହାକୁ ନେଇ ସକ୍ରିୟ ହୋଇଗଲେଣି ପକ୍ଷୀ ଶିକାରୀ । କିଭଳି ବିଦେଶାଗତ ପକ୍ଷୀଙ୍କୁ ଶିକାର କରିବେ ସେନେଇ ପ୍ରସ୍ତୁତ କରୁଛନ୍ତି ବ୍ଲୁ ପ୍ରିଣ୍ଟି । ବନ ବିଭାଗ ମଧ୍ୟ ପକ୍ଷୀ ଶିକାରୀଙ୍କୁ ଧରିବା ପାଇଁ ସଜାଗ ହୋଇଛି । ଏହାରି ଭିତରେ ଚିଲିକା ସାତପଡ଼ାରେ ପକ୍ଷୀ ଶିକାର କରୁଥିବା ଜଣେ ଶିକାରୀକୁ ଗିରଫ କରିଛି ବନ ବିଭାଗ । ଏଥି ସହିତ ମୃତ ବିଦେଶୀ ପକ୍ଷୀକୁ ମଧ୍ୟ ଜବତ କରିଛି ବନ ବିଭାଗ ।

ସୂଚନାଯୋଗ୍ୟ, ପୁରୀ ବ୍ରହ୍ମଗିରି ବନାଞ୍ଚଳ ଅଧିକାରୀ ଚନ୍ଦ୍ରଶେଖର ସାହୁଙ୍କ ନେତୃତ୍ଵରେ ଦୁଇ ଜଣ ଫରେଷ୍ଟର, ୪ ଜଣ ପକ୍ଷୀ ସୁରକ୍ଷାକର୍ମୀଙ୍କ ସହିତ ସାହାଣୀକେରା ଅଞ୍ଚଳରେ ଚଢାଉ କରାଯାଇଥିଲା । ସାହାଣୀକେରା ଗାଁର ପବିତ୍ର ପ୍ରଧାନ ପକ୍ଷୀ ଶିକାର କରି ଏକ ବ୍ୟାଗରେ ନେଇ ଆସୁଥିବା ବେଳେ ବନ ବିଭାଗର ଟିମ୍ ତାକୁ ଧରିଥିଲା । ପବିତ୍ର ଠାରୁ କମନ୍ ଟିଲ୍ପ୍ର ଜାତିର ବିଦେଶୀ ପକ୍ଷୀର ମୃତଦେହକୁ ବନ ବିଭାଗ ଜବତ କରିଛି । ଜବତ ପକ୍ଷୀକୁ ବ୍ରହ୍ମଗିରି ପ୍ରାଣୀ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯିବା ପରେ ରେଞ୍ଜ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯାଇଥିବା ସୂଚନା ମିଳିଛି ।

ଏନେଇ ବନ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି । ଜବତ ହୋଇଥିବା ବିଦେଶୀ ଅତିଥି ପକ୍ଷୀ ଶୀତ ଦିନେ ଜାପାନରୁ ଚିଲିକାକୁ ଆସିଥାନ୍ତି । ବନ ବିଭାଗ କିଛି ଦିନ ପୂର୍ବେ ସ୍ଥାନୀୟ ଘଟକୁଡିରେ ଚଢାଉ କରି ୧୪ଟି ବିଦେଶୀ ପକ୍ଷୀ ମୃତଦେହ ଜବତ କରିବା ସହ ଜଣେ ଶିକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ୪ ଜଣ ଶିକାରୀ ବନ ବିଭାଗ ଆଖିରେ ଧୂଳି ଦେଇ ଫେରାର ହେବାରେ ସକ୍ଷମ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ...ମଙ୍ଗଳାଯୋଡିକୁ ନିଶବ୍ଦ ଅଞ୍ଚଳ ଘୋଷଣା ମାମଲା, ଆଇନଗତ ବ୍ୟବସ୍ଥା ଜଣାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଏହା ମଧ୍ୟ ପଢନ୍ତୁ ....ବିପଦରେ ବିଦେଶୀ ପକ୍ଷୀ, ଧରା ପଡ଼ିଲା ନାବାଳକ ପକ୍ଷୀ ଶିକାରୀ

ଅନ୍ୟପଟେ ବନ ବିଭାଗ କଡା ପାଟ୍ରୋଲିଂ କରୁଥିବା କହୁଥିବା ବେଳେ କିଭଳି ଚିଲିକାରେ ପକ୍ଷୀ ଶିକାରୀ ବେଧଡକ ଭାବେ ଶିକାର କରୁଛନ୍ତି ସେନେଇ ପ୍ରଶ୍ନ ଉଠୁଛି । ବନ ବିଭାଗର ଅବହେଳାକୁ ନେଇ ପକ୍ଷୀପ୍ରେମୀ ଉଦବେଗ ପ୍ରକାଶ କରିଛନ୍ତି । ଏହାସହ କିଭଳି ଏହି ବିଦେଶାଗତ ପକ୍ଷୀଙ୍କୁ ସୁରକ୍ଷା ଦିଆଯାଇ ପାରିବ ସେନେଇ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

Last Updated : Dec 30, 2023, 12:37 PM IST

ABOUT THE AUTHOR

...view details