ଭୁବନେଶ୍ବର: ନିମାପଡା ସ୍ବୟଂଶାସିତ ମହାବିଦ୍ୟାଳୟରେ ରାଗିଂ ହେଉଥିବା ଅଭିଯୋଗ ଆଣିଲେ ଯୁକ୍ତ ତିନି ବିଜ୍ଞାନ ବିଭାଗରେ ପଢୁଥିବା ଛାତ୍ରୀ ରୋଜାଲିନୀ ବିଶ୍ବାଳ । ତାଙ୍କୁ ଗତ ୩ ମାସ ଧରି କଲେଜର ୨ ସିନିୟର ଛାତ୍ରୀ ରାଗିଂ କରି ଆସୁଥିବା ସେ ଆଜି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅଭିଯୋଗ କରିଛନ୍ତି । ଏହାସହିତ ୪ ଜଣ ଯୁବକ ଏସିଡ଼ ମାଡ଼ ପାଇଁ ଧମକ ଦେଇଥିବା ସେ କହିଛନ୍ତି ।
ରୋଜାଲିନୀଙ୍କ ଅଭିଯୋଗ ଅନୁସାରେ, ନିମାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର ହଷ୍ଟେଲରେ ରହି ରୋଜାଲିନୀ ଯୁକ୍ତ ତିନି ବିଜ୍ଞାନ ବିଭାଗରେ ପାଢ ପଢୁଥିଲେ। ହଷ୍ଟେଲରେ ଅହେତୁକ ରାଗିଂ କରାଯାଉଥିବା ଅଭିଯୋଗ ଆଣିଛନ୍ତି। ଏହାସହ ହଷ୍ଟେଲର ୨ ଛାତ୍ରୀ ଯାହାଙ୍କ ନାମ ପ୍ରକାଶ କରିଛନ୍ତି ରୋଜାଲିନୀ । ଏହି ଦୁଇ ସିନିୟର ଛାତ୍ରୀ ଅନ୍ତେବାସୀ ରୋଜାଲିନୀଙ୍କ ନମ୍ବର କିଛି ଯୁବକଙ୍କୁ ଦେବା ସହ କିଛି ୪ ଜଣ ଯୁବକ ରୋଜାଲିନୀଙ୍କୁ ଫୋନ କରି ଗାଳିଗୁଲଜ କରିବା ସହ ଏସିଡ଼ ମାଡ କରିବାକୁ ଧମକ ଦେଉଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । ଏହି ୨ ସିନିୟର ରୋଜାଲିନୀଙ୍କୁ ହଷ୍ଟେଲର ବିଭିନ୍ନ କାମରେ ଲଗାଉଥିଲେ।
ଏହା ସହ ହଷ୍ଟେଲରେ ବସ ଉଠ ମଧ୍ୟ କରାଉଥିଲେ। ଏନେଇ ବାରମ୍ବାର ରାଗିଂ ହେବାରୁ ଉକ୍ତ ହଷ୍ଟେଲର ଇନଚାର୍ଜଙ୍କୁ ଜଣାଇବା ସହ କଲେଜର ପ୍ରିନ୍ସିପାଲଙ୍କୁ ମଧ୍ୟ ଜଣାଇଥିଲେ । କିନ୍ତୁ ଯେଉଁ ଦୁଇ ସିନିୟର ରାଗିଂ କରୁଥିବା ଅଭିଯୋଗ ଆସିଥିଲା ସେମାନଙ୍କ ସହ କମ୍ପରମାଇଜ କରିବାକୁ ପୋଲିସ ସମେତ ପ୍ରିନ୍ସିପାଲ ଓ ନିମାପଡା ବିଧ୍ୟାୟକ ସମୀର ରଞ୍ଜନ ଦାସ ମଧ୍ୟ ରୋଜାଲିନୀଙ୍କୁ କହିଥିଲେ ବୋଲି ଅଭିଯୋଗ କରିଛନ୍ତି । କିନ୍ତୁ ଯେଉଁ ୪ଜଣ ଯୁବକ ରୋଜାଲିନୀଙ୍କୁ ଫୋନରେ ଗାଳିଗୁଲଜ କରିବା ସହ ଏସିଡ଼ ମାଡ଼ କରିବାକୁ ଧମକ ଦେଉଥିଲେ, ସେମାନଙ୍କୁ ସମ୍ମାନକୁ ଆଞ୍ଚ ନ ଆଣିବାକୁ ମଧ୍ୟ ବାଧ୍ୟ କରାଯାଉଥିବା କହିଛନ୍ତି ରୋଜାଲିନୀ ।