ଓଡିଶା

odisha

ETV Bharat / state

ପାଣି ଘେରରେ ପିପିଲି ପୋପରଙ୍ଗାବାସୀ; ଶହ ଶହ ଏକର ଚାଷଜମି ଜଳମଗ୍ନ

ପାଣି ଘେରରେ ପିପିଲି ପୋପରଙ୍ଗା ପଞ୍ଚାୟତର ପାଚଲପୁର ଗାଁ । ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ । ଅଧିକ ପଢନ୍ତୁ

By

Published : Aug 6, 2023, 10:41 AM IST

Updated : Aug 6, 2023, 2:34 PM IST

ପାଣି ଘେରରେ ପିପିଲି ପୋପରଙ୍ଗାବାସୀ
ପାଣି ଘେରରେ ପିପିଲି ପୋପରଙ୍ଗାବାସୀ

ପାଣି ଘେରରେ ପିପିଲି ପୋପରଙ୍ଗାବାସୀ

ପୁରୀ: ଲଗାଣ ବର୍ଷା ରାଜ୍ୟରେ ବିଷମ ସ୍ଥିତି ସୃଷ୍ଟି କରିଛି । ଅନେକ ଗାଁ ଗଣ୍ଡା ଜଳମଗ୍ନ ରହିଛି । ପୁରୀ ଜିଲ୍ଲା ପିପିଲି ଅନ୍ତର୍ଗତ ପୋପରଙ୍ଗା ପଞ୍ଚାୟତର ପାଚଲପୁର ଗ୍ରାମବାସୀ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଗଙ୍ଗୁଆ ନାଳ ପାଣି ଉଛୁଳି ଗାଁରେ ପଶିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି । ଶହ ଶହ ଚାଷ ଜମିରେ ପାଣିରେ ବୁଡି ରହିଥିବା ବେଳେ ନଦୀର ଭ୍ରମ ସୃଷ୍ଟି କରୁଛି । ତେବେ ଗତବର୍ଷ ବନ୍ୟା ଯୋଗୁଁ ଗଙ୍ଗୁଆ ନାଳରେ ସୃଷ୍ଟି ହୋଇଥିବା ଘାଇ ମରାମତି ନ ହେବା ଜଳବନ୍ଦୀର ମୁଖ୍ୟ କାରଣ ବୋଲି ବନ୍ୟା ବିପନ୍ନ ଅଭିଯୋଗ କରିଛନ୍ତି । ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଲୋକଙ୍କୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡୁଥିବା ଅଭିଯୋଗ ହୋଇଛି ।

ପାଚଲପୁର ଗ୍ରାମର ୩୨ ପରିବାର ଜଳବନ୍ଦୀ ଜୀବନ ବିତାଉଛନ୍ତି । ଗଙ୍ଗୁଆରେ ପ୍ରବାହିତ ବର୍ଷା ଜଳ ତାଣ୍ଡବ ରଚିଛି ଏହି ଅଞ୍ଚଳରେ । ରାତିକ ମଧ୍ୟରେ ସମ୍ପୂର୍ଣ୍ଣ ଗାଁ ଜଳମଗ୍ନ ହୋଇଯାଇଥିବା ହେକ୍ଟର ହେକ୍ଟର ଚାଷ ଜମି ଉଜୁଡ଼ି ଯାଇଛି । ପନିପରିବା ଓ ଧାନ ଫସଲ ସବୁକିଛି ପାଣିରେ ବିଲୀନ ହୋଇଯାଇଛି । ଏହା ପଛର କାରଣ ରହିଛି ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଦାୟିତ୍ବହୀନତା । ଗତ ବର୍ଷକ ତଳେ ଗଙ୍ଗୁଆରେ ସୃଷ୍ଟି ହୋଇଥିବା ଘାଇ କାରଣରୁ ୨୫ ଦିନ ଧରି ଯମ ଯନ୍ତ୍ରଣା ଭୋଗିଥିଲେ ପାଚଲପୁର ଗ୍ରାମବାସୀ । ପୁଣି ମାତ୍ର ବର୍ଷକ ପରେ ମଧ୍ୟ ସମଦଶା ଭୋଗୁଛନ୍ତି ଏହି ଗାଁ ଲୋକେ ।

ଏହାମଧ୍ୟ ପଢନ୍ତୁ: Ground Report: ଲଗାଣ ବର୍ଷା ଉଜଡି ଦେଲା ବାସ: ପର ଘରେ ମୁଣ୍ଡ ଗୁଞ୍ଜୁଛି ପରିବାର, ଶୁଣୁନି ପ୍ରଶାସନ !

ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା ପାଇଁ ଦାୟିତ୍ବରେ ଥିବା ଡ୍ରେନେଜ ବିଭାଗ ବର୍ଷକ ମଧ୍ୟରେ ମଧ୍ୟ ଘାଇ ମରାମତି କାର୍ଯ୍ୟ ଆରମ୍ଭ କରିନଥିଲା । ଏପରିକି ଘାଇ ମରାମତି କରିବା ପାଇଁ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଦୁଇ ଦୁଇ ଥର ବିଭାଗକୁ ଚିଠି ଲେଖିଥିଲେ ମଧ୍ୟ ଶୁଣିନଥିଲା ପ୍ରଶାସନ । ଯାହାର ପରିଣାମ ଭୋଗୁଛନ୍ତି ନିରୀହ ଲୋକେ । ଏହି ମନୁଷ୍ୟକୃତ ବନ୍ୟାର ଶିକାର ହୋଇଛନ୍ତି ପାଚଲପୁର ବାସିନ୍ଦା । ଜଳବନ୍ଦୀ ଜୀବନ କାଟିବା ସହିତ ଚାଷବାସ ଉଜୁଡି ଯାଇଥିବାରୁ ଜୀବନ ଜୀବିକା ହରାଇ ବସିଛନ୍ତି ।

ସେପଟେ ଜଳବନ୍ଦୀ ଅବସ୍ଥାରେ ଥିବା ଲୋକଙ୍କ ପାଇଁ ସରକାରୀ ଡ଼ଙ୍ଗାର ବ୍ୟବସ୍ଥା କରାଯାଇଛି । ପିପିଲି ବିଡ଼ିଓ ରଶ୍ମିତା ନାଥ ଗାଁର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜଳବନ୍ଦୀ ଅବସ୍ଥାରେ ଥିବା ବନ୍ୟା ବିପନ୍ନଙ୍କ ପାଇଁ ସରକାରୀ ସ୍ତରରେ ଶୁଖିଲା ଓ ରନ୍ଧା ଖାଦ୍ୟ ସହିତ ପାନୀୟ ଜଳର ବ୍ୟବସ୍ଥା କରାଯିବ ଏବଂ ଗୋଖାଦ୍ୟ ଯୋଗାଇ ଦିଆଯିବ ବୋଲି ବିଡ଼ିଓ କହିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Aug 6, 2023, 2:34 PM IST

ABOUT THE AUTHOR

...view details